ନୂଆଦିଲ୍ଲୀ : ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦ୍ୱାରା ୨୪ ଏବଂ ୨୫ ମାର୍ଚ୍ଚରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଏହା ଫଳରେ ଆସନ୍ତା ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ଖୋଲା ରହିବ ।
ନୂଆଦିଲ୍ଲୀର ମୁଖ୍ୟ ଶ୍ରମ କମିସନରଙ୍କ ମଧ୍ୟସ୍ଥତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଉପରେ ସକାରାତ୍ମକ ପ୍ରତିଶ୍ରୁତି ଦିଆଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏଫଏସର ଯୁଗ୍ମ ସଚିବ ଭିଡିଓ କଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ଏବଂ ସୂଚନା ଦେଇଥିଲେ ଯେ ପାଞ୍ଚ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଛି।
ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ମୁଖ୍ୟ ଶ୍ରମ କମିସନରଙ୍କ ମଧ୍ୟସ୍ଥତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଉପରେ ସକାରାତ୍ମକ ପ୍ରତିଶ୍ରୁତି ଦିଆଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏଫଏସର ଯୁଗ୍ମ ସଚିବ ଭିଡିଓ କଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ଏବଂ ସୂଚନା ଦେଇଥିଲେ ଯେ ପାଞ୍ଚ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଛି। ବୈଠକରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ସମୟରେ, ଆଇବିଏ ନିଯୁକ୍ତି, ପିଏଲଆଇ (ପର୍ଫମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍) ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆହୁରି ଆଲୋଚନା ଜାରି ରଖିବାକୁ ପ୍ରସ୍ତାବ ଦେଇଥିଲା। ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡିଏନ୍ ତ୍ରିବେଦୀ କହିଛନ୍ତି ଯେ ଏପ୍ରିଲ ତୃତୀୟ ସପ୍ତାହରେ ପରବର୍ତ୍ତୀ ବୈଠକ ପୁନଃନିର୍ଦ୍ଧାରିତ ହେବାର ସକାରାତ୍ମକ ପ୍ରତିଶ୍ରୁତି ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/21/8GOs9UMTSHakAxYwnlXR.jpeg)