ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ, ଦେଖାଯାଇପାରେ ଟଙ୍କାର ସମସ୍ୟା

ଭୁବନେଶ୍ବର: ଯଦି ବ୍ୟାଙ୍କ ସହ ଜଡ଼ିତ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି, ତେବେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ କାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଏହା ସହ ସେୟାର ବଜାର ମଧ୍ୟ ସୋମବାର ହିଁ ଖୋଲିବ। ତେବେ ଆସନ୍ତୁ ଜାଣିବା କାହିଁକି ତିନି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ।

ଆସନ୍ତାକାଲି ଅର୍ଥାତ ଫେବୃଆରୀ ୨୧ ତାରିଖ (ଶୁକ୍ରବାର) ମହାଶିବରାତ୍ରି ପାଇଁ ବ୍ୟାଙ୍କ ଛୁଟି ରହିଛି। ପରଦିନ ଫେବୃଆରୀ ୨୨ରେ ଅର୍ଥାତ ଶନିବାର ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ, ସେହିଦିନ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ସେହିପରି ରବିବାର ସ୍ବଭାବିକ ଭାବେ ଛୁଟି ଦିନ। ଅର୍ଥାତ ଆସନ୍ତାକାଲି ଠାରୁ କ୍ରମାଗତ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କାମ ବନ୍ଦ ରହିବ।

Image result for bank
Cointelegraph

ସବୁଠାରୁ ବଡ଼ କଥା ହେଉଛି, ବ୍ୟାଙ୍କ ବନ୍ଦ ରହୁଥିବାରୁ ଏଟିଏମରେ ଟଙ୍କାର ଅଭାବ ଦେଖାଯାଇପାରେ। ଅନଲାଇନ୍‌ ବ୍ୟାଙ୍କିଂ ସେବା ପାଇଁ ଏହି ଟେନସନ୍‌ ନଥିଲେ ମଧ୍ୟ, ଟଙ୍କାର ଅଭାବ ଲୋକମାନଙ୍କୁ ଚିନ୍ତାରେ ପକାଇପାରେ। ସେଥିପାଇଁ ଆପଣ ୩ ଦିନ ପର୍ଯ୍ୟନ୍ତ ପାଖରେ ନଗଦ ଟଙ୍କା ରଖିଥାନ୍ତୁ।

ସମ୍ବନ୍ଧିତ ଖବର