ନୂଆଦିଲ୍ଲୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥି ବା ଜନ୍ମାଷ୍ଟମୀ। ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଏଥିପାଇଁ ଦେଶର ପ୍ରତିଟି ଭଗବାନ କୃଷ୍ଣଙ୍କ ମନ୍ଦିରରେ ପୂଜା ପାଇଁ ସାଜସଜ୍ଜା ଚାଲିଥିବା ସହିତ ଜୋର‌ସୋର ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଆଉ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନ‌ାକୁ ଆସିଛି।

Advertisment

ଚଳିତଥର ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାଙ୍କେ ବିହାରୀ ମଥୁରା ଜେଲର କଏଦୀଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧିବେ ବୋଲି ଜେଲ ଏବଂ ହୋମଗାର୍ଡସ ରାଜ୍ୟମନ୍ତ୍ରୀ ଧର୍ମବୀର ପ୍ରଜାପତି ଏହାର ସୂଚନା ଦେଇଛନ୍ତି।

ପ୍ରଜାପତି କହିଛନ୍ତି, ପୂର୍ବରୁ ହିଁ ଜେଲର କଏଦୀମାନେ ଭଗବାନ କୃଷ୍ଣଙ୍କ ପାଇଁ ପୋଷାକ ପ୍ରସ୍ତୁତ କରି ଆସୁଛନ୍ତି। କଏଦୀଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ବିଭିନ୍ନ କୃଷ୍ଣଙ୍କ ମନ୍ଦିରକୁ ବିତରଣ କରାଯାଏ। ଚଳିତ ଥର କଏଦୀମାନଙ୍କ ଇଚ୍ଛା ଥିଲା କି ସେମାନଙ୍କ ଦ୍ବାରା ପ୍ରସ୍ତୁତ ପୋଷାକକୁ ବାଙ୍କେ ବିହାରୀ ପରିଧାନ କରନ୍ତୁ।

କଏଦୀଙ୍କ ଏହି ଇଚ୍ଛାକୁ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଆଲୋଚନା କରାଯାଇଥିଲା। ସେ ଅନ୍ୟ ପୂଜାରୀଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବାପରେ ଅନୁମତି ଦେଇଥିଲେ। ଏହାପରେ ଜେଲରେ ବନ୍ଦୀଥିବା ୮ଜଣ କଏଦୀ ବାଙ୍କେ ବିହାରୀଙ୍କ ପାଇଁ ପୋଷାକ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ।

ଆଗକୁ ପ୍ରଜାପତି  କହିଛନ୍ତି, ‘ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟା ୫ଟ‌ାରେ ମୁଁ ମନ୍ଦିର ପହଞ୍ଚି  ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ମୁଖ୍ୟ ପୂଜାରୀଙ୍କୁ ଏହି କଏଦୀଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ଅର୍ପଣ କରିବି।’