ବାପାଙ୍କ ମୃତ୍ୟୁ ଖବର ପାଇ ଭାରତ ଆସିଥିବା ପୁଅର କରୋନାରେ ମୃତ୍ୟୁ; ସ୍ତ୍ରୀ ଭିଡିଓ କଲରେ ଦେଲେ ଅନ୍ତିମ ବିଦାୟ

ଭୋପାଳ: ମହାମାରୀ କରୋନା ଏଭଳି ପରିସ୍ଥିତି ଆଣି ଛିଡା କରିବ ତାହା କେହି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ। କରୋନା ସଂକ୍ରମଣ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ କରୋନାକୁ ନେଇ ଅନେକ ହୃଦୟ ବିଦାରକ ଖବର ଓ ଫଟୋ ସାମ୍ନାକୁ ଆସୁଛି।

ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଖବର ଆସିଛି। କରୋନାରେ ଆକ୍ରାନ୍ତ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ପରେ ସ୍ତ୍ରୀ ଶେଷ ଦର୍ଶନ ପାଇଁ ବି ଆସି ପାରି ନଥିଲା କି ସ୍ବାମୀଙ୍କ ମୃତଦେହକୁ ସ୍ତ୍ରୀ ପାଖକୁ ପଠାଯାଇ ପାରି ନଥିଲା। ଏଭଳି ପରିସ୍ଥିତିରେ ଭିଡିଓ କଲରେ ସ୍ତ୍ରୀ ସ୍ବାମୀକୁ ଦେଇଥିଲା ଅନ୍ତିମ ବିଦାୟ ।

मनोज चीन में एक बैंक में सर्विस करते थे.

ପ୍ରକାଶିତ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶ ସିବନି-ବାଲଘାଟର ବାସିନ୍ଦା ଥିବା ମନୋଜ ଶର୍ମା ଚୀନ୍‌ର ଶେନ୍‌ଝେନ୍‌ ବ୍ୟାଙ୍କରେ ଚାକିରି କରୁଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇ ସେ  ନିଜ ପତ୍ନୀ ଓ ପିଲା ଛୁଆଙ୍କୁ ନେଇ ଘରକୁ ଫେରିଥିଲେ ।  ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ଦେଖାଶୁଣା କରିବା ପାଇଁ ମନୋଜ ଆଉ ଚୀନ୍‌ ନ ଯାଇ ଗାଁରେ ରହି ଯାଇଥିବା ବେଳେ ପତ୍ନୀ ଓ ପିଲାଙ୍କୁ ସେ ଚୀନ୍‌ ପଠାଇ ଦେଇଥିଲେ।

ଏହି ସମୟରେ ମନୋଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୨ ଦିନ ଧରି କରୋନା ସହ ଲଢ଼ିବା ପରେ ଶେଷରେ ମନୋଜ ଏହି ଯୁଦ୍ଧରେ ହାରି ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦୋର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

କରୋନାରେ ମୃତ୍ୟୁ ହୋଇଥିବା ଯୋଗୁଁ ମନୋଜଙ୍କ ମୃତଦେହକୁ ଚୀନ୍ ପଠାଇବା ସମ୍ଭବ ନ ଥିଲା ଏବଂ ତାଙ୍କ ପତ୍ନୀ ମଧ୍ୟ ଭାରତ ଆସିବା ପାରି ନ ଥିଲେ। ଶେଷରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏବଂ କରୋନା ପ୍ରଟୋକଲ ମଧ୍ୟରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଚୀନରେ ଥିବା ସ୍ତ୍ରୀ ଭିଡିଓ କଲ୍‌ ମାଧ୍ୟମରେ ନିଜ ସ୍ୱାମୀଙ୍କ ଅନ୍ତିମ ଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର