ଅଧିକ ୧୦୦ ଟଙ୍କିଆ ନୋଟ୍‌ ଛାପା ନ ହେଲେ ପୁଣି ଥରେ ହୋଇ ପାରେ ଟଙ୍କା ସଙ୍କଟ

ନୂଆଦିଲ୍ଲୀ: ୨୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଭଳି ଏଟିଏମ୍‌ରେ ଖୁବ୍‌ ଶୀଘ୍ର ୧୦୦ ଟଙ୍କିଆ ନୋଟ୍‌ ସଙ୍କଟ ଉପୁଜିବ ବୋଲି ବିଭିନ୍ନ ବ୍ୟାଙ୍କ୍‌ ଆଶଙ୍କା କରିଛନ୍ତି। ଏହାର କାରଣ ବହୁଳ ବ୍ୟବହାର ଯୋଗୁଁ ଅଧିକାଂଶ ୧୦୦ ଟଙ୍କିଆ ନୋଟ ମଳିଚିଆ ହୋଇ ରଦ୍ଦି ହୋଇ ଆସିଲାଣି।

ଏଗୁଡ଼ିକୁ ଆଉ ଏଟିଏମ୍‌ରେ ଭରି ହେବ ନାହିଁ। ତା’ଛଡ଼ା ସେ ସବୁ ମଧ୍ୟରୁ କେତେକ ୨୦୦୫ ପୂର୍ବରୁ ଛାପା ଯାଇଥିଲା।
ରିଜର୍ଭ ବ୍ୟାଙ୍କ୍‌ ଏ ସମସ୍ୟାର ତୁରନ୍ତ ସମାଧାନ କରୁ ବୋଲି ବ୍ୟାଙ୍କ୍‌ସମୂହ କହିଛନ୍ତି।

ଜରୁରୀ ଭିତ୍ତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୂତନ ୧୦୦ ଟଙ୍କିଆ ପ୍ରଚଳନ କରିବା ଉଚିତ। ନଚେତ ଆଗକୁ ୫୦୦ ଟଙ୍କିଆ ନୋଟ୍‌ ଉପରେ ପ୍ରଚଣ୍ଡ ଚାପ ପଡ଼ିବ। ଏ କଥା କହିଛନ୍ତି ଜଣେ ବ୍ୟାଙ୍କ୍‌ ଅଧିକାରୀ।

ବିମୁଦ୍ରାୟନ ପରେ ପରେ ରିଜର୍ଭ ବ୍ୟାଙ୍କ୍‌ ୫, ୭୩୮ ନିୟୁତ ୧୦୦ ଟଙ୍କିଆ ନୋଟ୍‌ ଯୋଗାଇ ଦେଇଥିଲା। ଯଥେଷ୍ଟ ପରିମାଣରେ ୫୦୦ ଟଙ୍କିଆ ନ ମିଳିବାରୁ ତାହା ୨୦୦୦ ଟଙ୍କିଆ ପରେ ତାହାହିଁ ଥିଲା ଖୁଜୁରା ଟଙ୍କା।

ସମ୍ବନ୍ଧିତ ଖବର