ନୂଆଦିଲ୍ଲୀ : ଏପି ମହେଶ କୋଅପରେଟିଭ୍ ଅର୍ବାନ୍ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୬୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ୨୦୨୨ରେ ଏହି ବ୍ୟାଙ୍କ ଉପରେ ହ୍ୟାକରମାନେ ଆକ୍ରମଣ କରି ୧୨.୪୮ କୋଟି ଟଙ୍କା ଚୋରାଇ ନେଇଥିଲେ। ସେହି ଘଟଣାର ତଦନ୍ତରୁ ଜଣାପଡ଼ିଥିଲା ଯେ ହ୍ୟାକିଂ ରୋକିବା ଲାଗି ବ୍ୟାଙ୍କରେ ସାଇବର ନିରାପତ୍ତା ବ୍ୟବସ୍ଥା ଏତେଟା ଦୃଢ଼ ନଥିଲା। ହ୍ୟାକରମାନେ ବ୍ୟାଙ୍କର କର୍ମଚାରୀଙ୍କୁ ବିଭିନ୍ନ ଫିସିଂ ମେଲ୍ ପଠାଇଥିଲେ ଯେଉଁଥିରେ ଭାଇରସ୍ ଥିଲା। ସେହି ଭାଇରସ୍ ଜରିଆରେ ସେମାନେ ବ୍ୟାଙ୍କ ବ୍ୟବସ୍ଥା ଭିତରେ ପ୍ରବେଶ କରି ଟଙ୍କା ଚୋରି କରିଥିଲେ। ଏହି ଘଟଣାରେ ଦୁଇ ଜଣ ନାଇଜେରିଆ ନାଗରିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା।
ଢିଲା ସାଇବର ସୁରକ୍ଷା ପାଇଁ ବ୍ୟାଙ୍କ ଗଣିବ ଜରିମାନା
/sambad/media/post_attachments/wp-content/uploads/2023/01/money-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)