ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ସଂଜୟ ରାଉତଙ୍କ ବାସଭବନ ବାହାରେ ଆଜି ଏକ ବଡ଼ ବ୍ୟାନର ଲାଗିଛି । ବ୍ୟାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ବାଲସାହେବ ଠାକରେ, ଆଦିତ୍ୟ ଠାକରେ, ସଂଜୟ ରାଉତ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ଛବି ଅଛି। ଜଣେ ଶିବସେନା ନେତା ଏହି ବ୍ୟାନର ଲଗାଇଥିବା ଜଣାପଡ଼ିଛି। ଏହି ବ୍ୟାନରରେ ଲେଖା ଅଛି - ତୁମ ଅହଙ୍କାର ମାତ୍ର ୪ ଦିନ। କିନ୍ତୁ ଆମକୁ କ୍ଷମତା ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ତେବେ ସଂଜୟ ରାଉତ ଏଭଳି ପୋଷ୍ଟରକୁ ସମାଲୋଚନା କରିଛନ୍ତି। ସିନ୍ଦେ ଜଣେ ପୁରୁଣା ଶିବ ସୈନିକ। ଆମେ ସିନ୍ଦେଙ୍କୁ ଛାଡ଼ି ପାରିବୁନି ଏବଂ ସିନ୍ଦେ ମଧ୍ୟ ଆମକୁ ଛାଡ଼ି ପାରିବେନି ବୋଲି ରାଉତ କହିଛନ୍ତି।
ସଂଜୟ ରାଉତଙ୍କ ଘର ବାହାରେ ବ୍ୟାନର୍, ତୁମ ଅହଙ୍କାର ମାତ୍ର ୪ ଦିନ
/sambad/media/post_attachments/wp-content/uploads/2022/06/6sf4h65sf465h4h5fsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)