ମିଳିତ ସର୍ଭେ ସମ୍ପର୍କିତ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ନେରେଡ଼ି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ଅବଗତ ହେବା ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଟିମ୍‌ ଦ୍ବାରା ସର୍ଭେ କରାଯିବା ପ୍ରସଙ୍ଗରେ ଶୁଣାଣି ଶେଷ ହୋଇଛି । ଟ୍ରିବ୍ୟୁନାଲଙ୍କ ରାୟକୁ ସଂରକ୍ଷିତ ରଖାଯାଇଛି। ଗତ ଏପ୍ରିଲ ୫ ରେ ବଂଶଧାରା ଟ୍ରିବ୍ୟୁନାଲ ମିଳିତ ସର୍ଭେ ପାଇଁ ଆନ୍ଧ୍ର , ଓଡ଼ିଶା ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସ୍ତାବକୁ ଓଡ଼ିଶା ପକ୍ଷରୁ ବିରୋଧ କରାଯାଇଥିଲା। ଏହାପରେ ଟ୍ରିବ୍ୟୁନାଲ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଥିଲେ। କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଜବାବ ଦାଖଲ କରାଯାଇଥିଲା ଏବଂ ଓଡ଼ିଶା ପକ୍ଷରୁ ମଧ୍ୟ ପ୍ରତିଜବାବ ଦାଖଲ କରାଯାଇଥିଲା।

ଆଜି ମାମଲାର ଶୁଣାଣି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଡକ୍ଟର ମୁକୁନ୍ଦକମ୍ ଶର୍ମାଙ୍କ ଖଣ୍ଡପୀଠରେ ହୋଇଥିଲା। ତିନି ପକ୍ଷଙ୍କ ଦ୍ବାରା ଯୁକ୍ତି ଉପସ୍ଥାପନା କରାଯାଇଥିଲା। ନେରେଡ଼ି ପ୍ରକଳ୍ପ ପାଇଁ ୧୦୬ ଏକର ସ୍ଥାନ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ଦ୍ବାରା ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ କିଛି ମଧ୍ୟ ଉଲ୍ଲେଖ କରାଯାଇନଥିବା ରାଜ୍ୟ ସରକାରଙ୍କ ଦ୍ବାରା ମାମଲାରେ ନିୟୋଜିତ ହୋଇଥିବା ଓକିଲ ଜୟନ୍ତ ଭୂଷଣ ଅବଗତ କରାଇଥିଲେ। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବରିଷ୍ଠ ଓକିଲ ସି ଏସ ବୈଦନାଥମ୍ ଓଡ଼ିଶାର ଅଭିଯୋଗକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର