ବଂଶଧାରା ଜଳବିବାଦ ମାମଲା: ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,:ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ତିନି ଦିନିଆ ଶୁଣାଣି ଆରମ୍ଭ ହୋଇଛି । ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଡକ୍ଟର ମୁକୁନ୍ଦକମ ଶର୍ମା ଓ ଦୁଇଜଣ ସଦସ୍ୟ ବିଚାରପତି ବି.ଏନ ଚତୁର୍ବେଦୀ ଓ ବିଚାରପତି ପ୍ରତିଭାରାଣୀଙ୍କ ଖଣ୍ଡପୀଠରେ କେନ୍ଦ୍ର ସରକରାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏସ ଡବ୍ଲ୍ୟୁ କାଦରି ବଂଶଧାରା ନଦୀ ଜଳ ବଣ୍ଟନ, ବୁଡ଼ି ଅଞ୍ଚଳର ଆକଳନ ତଥା ଟ୍ରିବ୍ୟୁନାଲ ଦ୍ବାରା ୨୦୧୭ରେ ଯେଉଁ ଚୂଡ଼ାନ୍ତ ରାୟ ପ୍ରକାଶ କରାଯାଇଥିଲା ସେଗୁଡ଼ିକୁ କିଭଳି ତ୍ବରାନ୍ବିତ କରାଯାଇ ପାରିବ ସେନେଇ ଜବାବ ଦାଖଲ କରିଥିଲେ। ଆସନ୍ତା ଦୁଇଦିନ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଏଥିପୂର୍ବରୁ ଗତମାସ ୫-୬ ତାରିଖ ଶୁଣାଣିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୭ଟି ବିଷୟ ଉପରେ ପକ୍ଷ ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ କେନ୍ଦ୍ରୀୟ ଜଳ ଆୟୋଗର ବିନା ଅନୁମତିରେ ବଂଶଧାରା ନଦୀର ତଳମୁଣ୍ଡରେ ଏକ ଡ୍ୟାମ୍ ଆନ୍ଧ୍ର ପ୍ରଦେଶ ସରକରା ନିର୍ମାଣ କରୁଛି ତଥା ବଂଶଧାରା ନଦୀର କାଶୀନଗରରୁ ଗୁଣପୁରୁ ପର୍ଯ୍ୟନ୍ତ ୩୬ କିଲୋମିଟର ଯାଏ କେତେ ପଟ୍ଟୁ ମାଟି ସୃଷ୍ଟି ହେବ ସେନେଇ କୌଣସି ସର୍ଭେ ହୋଇନଥିଲା ବୋଲି ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଜିର ଶୁଣାଣି ସମୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଓକିଲ ଓ ବୈଷୟିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର