ବଂଶଧାରା ଜଳ ବିବାଦ ମାମଲା, ଲିଖିତ ଯୁକ୍ତି ଦାଖଲ କରିବେ ଆନ୍ଧ୍ର ଓ ଓଡ଼ିଶା

ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ମାମଲାରେ ଖୁବ୍‌ଶୀଘ୍ର ଟ୍ରିବ୍ୟୁନାଲ୍‌ରେ ଲିଖିତ ସବ୍‌ମିଶନ ବା ଯୁକ୍ତି ଦାଖଲ କରିବେ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର।

ନିକଟରେ ପ୍ରଥମଥର ପାଇଁ ଭିଡିଓ କନ୍‌ଫ୍‌ରେନ୍‌ସିଂ ଜରିଆରେ ଟ୍ରିବ୍ୟୁନାଲ ବଂଶଧାରା ଜଳ ବିବାଦ ମାମଲାରେ ଦୁଇ ଦିନ ଧରି ଲଗାତାର ଶୁଣାଣି କରିଥିଲେ। ୨୦୧୭, ସେପ୍ଟେମ୍ବରରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଉକ୍ତ ରାୟ କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଟ୍ରିବ୍ୟୁନାଲ୍‌ର ରାୟ ଉପରେ ସ୍ପଷ୍ଟୀକରଣ ଲୋଡ଼ିବା ସହିତ ଏକ ଆବେଦନ ଦାଖଲ କରିଥିଲା। ଆବେଦନର ଶୁଣାଣି ଶେଷକରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଥିଲେ। ଏଥିସହିତ, ଆନ୍ଧ୍ର ଓ ଓଡିଶା ସରକାରଙ୍କୁ ଲିଖିତ ସବ୍‌ମିଶନ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଉଲ୍ଲେଖ୍ୟଯୋଗ୍ୟ, ବଂଶଧାରା ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟକୁ ବିରୋଧ କରି ଓଡ଼ିଶା ଦ୍ବାରା ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପି ଏବେବି ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର