ନୂଆଦିଲ୍ଲୀ: ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ଆଇନଜୀବୀମାନେ କୋର୍ଟରୁମରେ ତୁମୁଳ କାଣ୍ଡ ଘଟାଇଥିବାରୁ ୨୯ ଓକିଲଙ୍କୁ ତତ୍କାଳ ପ୍ରଭାବରେ ୧୮ ମାସ ପର୍ଯ୍ୟନ୍ତ ବାର କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କ ଦ୍ବାରା ସସପେଣ୍ଡ କରିଦିଆଯାଇଛି । ଏଥିସହିତ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ସସପେଣ୍ଡ କରିଦିଆଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ଦ୍ବାରା ବିଭିନ୍ନ ସ୍ଲୋଗାନ, ବିଚାରପତି ଏବଂ ବାର କାଉନସିଲ ଅଫ ଇଣ୍ଡିଆ ଓ ବାର କାଉନସିଲ ଅଫ ଓଡିଶାର ପଦାଧିକାରଙ୍କ କୁଶପୁତ୍ତଳିକା ଦାହ କରାଯିବା, କୋର୍ଟରୁମ ଭିତରେ ପଶିଯାଇ କମ୍ପ୍ୟୁଟର ସେଟ ଓ କୋର୍ଟରୁମ ବାହାରର ଓ ଭିତରର ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ କରିବା, ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିବା ଯୋଗୁଁ ସସପେଣ୍ଡ କରାଯାଇଛି। ଆଇନଜୀବୀଙ୍କ ଆଚରଣ ବୃତ୍ତିଗତ ଆଚରଣର ପରିପନ୍ଥୀ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସସପେଣ୍ଡ ହୋଇଥିବା ୨୯ ଆଇନଜୀବୀ ହେଲେ ସୁରେଶ୍ବର ମିଶ୍ର, ଶିବ୍ ଦିୱାନ, ପ୍ରମୋଦ ସରାଫ, ସତ୍ୟନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିମାଂଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢେଇ, ଅନୁପ ତରେଇ, ସିଲୁ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ପ୍ରବିନ ସିଂହଦେଓ, ରବି ପୁଜାହାରୀ, ସୁରଜ ବିଶ୍ବାଳ, ଚନ୍ଦ୍ରକାନ୍ତ ମହାନ୍ତି, ନବୀନ ଶତପଥି, ସରୋଜ ସାହୁ, ମନୋରଂଜନ ଦାସ, ମାନସ ମିଶ୍ର, ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥି, ବସନ୍ତ ମିଶ୍ର, ମିନକେତନ ଭୋଇ, ରତନ ଅଗ୍ରୱାଲ, ବିଚିତେନ୍ଦ୍ର ପ୍ରଧାନ, ସୁରଂଜିନି ବାରିକ, ପ୍ରଦୀପ ବହିଦାର, ବାବୁଲି ପଣ୍ଡା, ମନୋରଂଜନ ପଣ୍ଡା।