କରୋନା ଭୟରେ ମାସ୍କ କିଣୁଥିବା ଲୋକଙ୍କୁ ଟୁଇଟ୍ କରି ଏଭଳି ଅପିଲ୍ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପ୍ରାୟ ସବୁ ଦେଶର କିଛି କିଛି ଲୋକେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏନେଇ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ। ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଆପଣାଉଛନ୍ତି। ତେବେ ଅନେକ ସ୍ଥାନରେ ମାସ୍କର ଅଭାବ ଦେଖାଯିବା ପରେ ପରିସ୍ଥିତିକୁ ଦେଖି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ମାସ୍କ କିଣୁଥିବା ଏବଂ ଚୋରି କରି ନେଉଥିବା ଲୋକଙ୍କୁ ଏକ ଅପିଲ୍ କରିଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି କି, ନିଜର ସାଧାରଣ ଜ୍ଞାନକୁ ଉପଯୋଗ କରି ନିଜକୁ ଏବଂ ଆଖ ପାଖରେ ଥିବା ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରନ୍ତୁ। ଭଲ ଭାବରେ ହାତ ଧୋଇବା ସହ ଦେହ ଖରାପ ହୋଇଥିଲେ ଘରେ ରୁହନ୍ତ। ସରକାର ଏବଂ ସ୍ବାସ୍ଥ୍ୟ ଅଧିକାରୀ ଦେଉଥିବା ପରାମର୍ଶକୁ ମାନନ୍ତୁ। ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଥିବା କର୍ମଚାରୀଙ୍କ ପାଇଁ ମାସ୍କ ସବୁ ବଞ୍ଚାଇ ରଖନ୍ତୁ। ସେମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। ଶାନ୍ତ ରହିବା ସହ ବିଶେଷଜ୍ଞଙ୍କ କଥା ଶୁଣନ୍ତୁ ଏବଂ ବିଜ୍ଞାନକୁ ଅନୁସରଣ କରନ୍ତୁ।

ସମ୍ବନ୍ଧିତ ଖବର