ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କର ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ନିଜ ଦାମ୍ପତ୍ୟକୁ ନେଇ ମତ ପ୍ରକାଶ କରିଛନ୍ତି ଓବାମା।ସେ ସ୍ବୀକାର କରିଛନ୍ତି ଯେ ରାଷ୍ଟ୍ରପତି ଭାବରେ ତାଙ୍କର ଦୁଇଟି କାର୍ଯ୍ୟକାଳ ସେମାନଙ୍କ ବୈବାହିକ ଜୀବନକୁ ଦୁର୍ବଳ କରିଦେଇଛି।

Advertisment

ବାରାକ ଓବାମା ନିକଟରେ ହାମିଲଟନ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାକ୍ଷାତ୍‌କାରରେ କହିଛନ୍ତି କି ସେ ବେଳେବେଳେ "ମଜାଦାର କାମ" କରି ମିସେଲଙ୍କ ସହିତ ପୁନଃସମ୍ପର୍କ ସ୍ଥାପନ କରିବାର ଚେ‌ଷ୍ଟାରେ ଅଛନ୍ତି।

ବାରାକ ଓବାମା ଏବଂ ମିସେଲଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ମାସ ମାସ ଧରି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାର ସମୟରୁ। ସେତେବେଳେ ଓବାମା ତାଙ୍କ ପତ୍ନୀଙ୍କ ସହ ନଯାଇ ଏକା ଯାଇଥିଲେ। କେବଳ ସେତିକି ନୁହେଁ; ଜାନୁଆରି ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମୟରେ ଓବାମା ତାଙ୍କ ପତ୍ନୀଙ୍କ ବିନା ଦେଖାଯିବା ପରେ ଆହୁରି ଚର୍ଚ୍ଚାର ଖୋରାକ ମିଳି ଯାଇଥିଲା।

ହାମିଲଟନ କଲେଜର ଅଧ୍ୟକ୍ଷ ଷ୍ଟିଭେନ ଟେପର ୬୩ ବର୍ଷୀୟ ଓବାମାଙ୍କୁ ହ୍ୱାଇଟ୍ ହାଉସ୍ ପରେ ତାଙ୍କ ଜୀବନ ବିଷୟରେ ପଚାରିବାରୁ ସେ ତାଙ୍କ ବୈବାହିକ ଯନ୍ତ୍ରଣା ବିଷୟରେ ମୁହଁ ଖୋଲିଥିଲେ।

ମିସେଲଙ୍କ ସହିତ ତାଙ୍କ ବୈବାହିକ ଜୀବନରେ ଥିବା ଅସୁବିଧା ବିଷୟରେ କହିବାକୁ ଲାଗିଲେ। "ମୁଁ ମୋ ସ୍ତ୍ରୀଙ୍କ ସହ ଉତ୍ତମ ସଂପର୍କରେ ନଥିଲି। ମୁଁ ଏବେ ତାହାକୁ ସୁଧାରିବାକୁ ଓ ସେ ଅସୁବିଧାରୁ ନିଜକୁ ବାହାର କରିବାକୁ ଚେଷ୍ଟା କରୁଛି’’ ବୋଲି ଓବାମା ଉତ୍ତର ଦେଇଥିଲେ।