ରଙ୍ଗଭେଦ ପ୍ରସଙ୍ଗରେ ଆଗକୁ ବାହାରିଲେ ବାରାକ୍‌ ଓବାମା

ୱାସିଂଟନ୍‌: ଆମେରିକାରେ ଏବେ ରଙ୍ଗଭେଦ ହିଂସା ବଢ଼ୁଥିବା ବେଳେ ଏବେ ଏହି ମାମଲାରେ ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ବିଭିନ୍ନ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସମାଧାନର ବାଟ ବାହାର କରିବା ପାଇଁ ସେ ବିଚାର ବିମର୍ଷ କରୁଛନ୍ତି। ତାଙ୍କର କ୍ଷମତାର ଉତ୍ତରାଧିକାରୀ ଡୋନାଲ୍‌ଡ୍‌ ଟ୍ରମ୍ପଙ୍କ ଶାସନ ଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏକ ଭର୍ଚୁଆଲ ଟାଉନ୍‌ ହଲ୍‌ ବୈଠକରେ ଓବାମା କହିଛନ୍ତି,ଏବେ ସବୁକିଛି ଅତି ବେପରୁଆ ଭାବେ ଚାଲିଛି। ଦିଗହରା ନିଷ୍ପତ୍ତି ଏବଂ ଭୁଲ୍‌ ରାଜନୈତିକ ପଦକ୍ଷେପ ଅନେକ ମାମଲାକୁ ଜଟିଳ କରିଛି ।

ଫ୍ଲଏଡ୍‌ଙ୍କ ମୃତ୍ୟୁକୁ କେନ୍ଦ୍ର କରି ଯେଉଁ ବିକ୍ଷୋଭ ପ୍ରଦର୍ଶନ ଚାଲିଛି, ସେଇ ପରିପ୍ରେକ୍ଷୀରେ ନିରାପଦ ନୀତି ପ୍ରଣୟନ କରି ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଶ୍ୱାସ ପ୍ରତିଷ୍ଠା କରିବାକୁ ହେବ। ଦେଶର ପ୍ରତ୍ୟେକ ମେୟର ସୁରକ୍ଷା ବଳ ମୁତୟନ ପ୍ରସଙ୍ଗକୁ ସମୀକ୍ଷା କରି ବୁଝିବା ଉଚିତ। ଏଭଳି କହିବା ସହ ଓବାମା ପାଖେଇ ଆସୁଥିବା ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ଇଙ୍ଗିତ କରି କହିଛନ୍ତି ଯେ ଯାହା ସୁଗମ ଓ ସମସ୍ତଙ୍କ ପାଇଁ ସୁଭାବନା ଆଣିବ, ସେଇଭଳି କରାଯିବା ଉଚିତ।

ସମ୍ବନ୍ଧିତ ଖବର