କାହିଁକି ଓବାମା ସବୁବେଳେ ନିଜ ପକେଟରେ ରଖିଥାନ୍ତି ହନୁମାନଙ୍କ ମୂର୍ତ୍ତି

ନୂଆଦିଲ୍ଲୀ : ଭାରତରେ ବହୁ ଦେବାଦେବୀ ପୂଜିତ ହେଉଥିବା ସହ ତାଙ୍କର ମାନ୍ୟତା ମଧ୍ୟ ଭିନ୍ନ ଭିନ୍ନ ରହିଛି । ତେବେ ଖାଲି ଯେ ଭାରତୀୟଙ୍କ ମଧ୍ୟରେ ଦେବାଦେବୀଙ୍କର ମାନ୍ୟତା ରହିଛି ତାହା ନୁହଁ ବରଂ ବିଦେଶୀମାନେ ମଧ୍ୟ ଭାରତୀୟ ଭଗବାନଙ୍କ ଉପରେ ବହୁ ମାତ୍ରାରେ ବିଶ୍ୱାସ କରଥାନ୍ତି । ତାହାର ଏକ ପ୍ରତ୍ୟକ୍ଷ ଉଦାହରଣ ମିଳିଥିଲା ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପକେଟରୁ ହନୁମାନଙ୍କର ଏକ ଛୋଟ ମୂର୍ତ୍ତି ବାହାରିଥିଲା । ଏକ ସାକ୍ଷରତକାର ସମୟରେ ଓବାମା କହିଥିଲେ ସେ ସବୁବେଳେ ତାଙ୍କ ସାଙ୍ଗରେ ହନୁମାନଙ୍କର ଏକ ଛୋଟ ମୂର୍ତ୍ତି ରଖିଥାନ୍ତି ଏହା ଦ୍ୱାରା ତାଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ ।

ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଓବାମାଙ୍କ ସହ ସାକ୍ଷାତକାର ନେଉଥିବା ଉପସ୍ଥାପିକା କେଉଁ ଜିନିଷ ସେ ସବୁବେଳେ ସାଙ୍ଗରେ ରଖିଥାନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ଓବାମା ସେହି କ୍ଷଣି ତାଙ୍କ ପକେଟରେ ଥିବା ଏକ ଜିନିଷ ବାହାର କରିଥିଲେ । ଯେଉଁଥିରେ ଏକ ଛୋଟ ହନୁମାନଙ୍କ ମୂର୍ତ୍ତି ସାମିଲ ଥିଲା। ଏହି ମୂର୍ତ୍ତି ରଖିବାର କାରଣ ଉପସ୍ଥାପିକା ଜଣଙ୍କ ପଚାରିବାରୁ ସେ କହିଥିଲେ ମୁଁ ଅନ୍ଧବିଶ୍ୱାସୀ ନୁହଁ କିନ୍ତୁ ଏହା ଦ୍ୱାରା ମୋ ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

ସମ୍ବନ୍ଧିତ ଖବର