ରାହୁଲ ଗାନ୍ଧିଙ୍କୁ ଜଣେ ‘ନର୍ଭସ’ ବ୍ୟକ୍ତି ବୋଲି କହିଲେ ବାରାକ୍ ଓବାମା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଏକ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ  ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କୁହାଯାଇଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଏହା ସହିତ କଂଗ୍ରେସକୁ ଟାର୍ଗେଟ କରିବାକୁ ବିଜେପିକୁ ଆଉ ଏକ ସୁଯୋଗ ମିଳିଯାଇଛି ।

ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ୍ ଲାଣ୍ଡ’ରେ କୁହାଯାଇଛି ଯେ ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଅପରିପକ୍ବ ବ୍ୟକ୍ତି । ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି  କରିବାକୁ ଚାହେଁ, କିନ୍ତୁ ତାଙ୍କର ନିଜ ବିଷୟ (ରାଜନୀତି) ଉପରେ ନା ଦକ୍ଷତା ଅଛି ନା ଦକ୍ଷତା ହାସଲ କରିବାକୁ ଆଗ୍ରହ ଅଛି ।

image credit : HT

ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଆମେରିକାର ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ହେଉଛନ୍ତି ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି । ସେହିପରି ପୁଟିନଙ୍କୁ ସେ ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର