ବାରଣାସୀ ଫ୍ଲାଏଓଭର ଭୁଶୁଡ଼ିବା ଘଟଣା, ତଦନ୍ତ କରୁଛନ୍ତି ୪ ତଦନ୍ତକାରୀ ଦଳ

ବାରଣାସୀ: ଗତ ମେ’ ୧୫ ତାରିଖରେ ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିବା ଘଟଣାର ତଦନ୍ତ କରୁଛନ୍ତି ୪ ତଦନ୍ତକାରୀ ଦଳ। ଏକ ସ୍ୱତନ୍ତ୍ର ତଦନ୍ତ ପାଇଁ ମଧ୍ୟ ଆସନ୍ତାକାଲି ଏକ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିବେ। ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆସନ୍ତାକାଲି ଉକ୍ତ ତଦନ୍ତକାରୀ ଦଳ ପ୍ରଧାନମନ୍ତ୍ରୀଙ୍କ ଅଫିସରେ ତଦନ୍ତ ରିପୋର୍ଟ ଦାଖଲ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କେବଳ କେନ୍ଦ୍ରୀୟ ତଦନ୍ତ ଦଳର ରିପୋର୍ଟ ସମୀକ୍ଷା କରିବେନି ବରଂ ଅନ୍ୟ ସମସ୍ତ କମିଟି ଗୁଡ଼ିକର ରିପୋର୍ଟ ମଧ୍ୟ ସମୀକ୍ଷା କରିବେ। କେନ୍ଦ୍ରୀୟ ତଦନ୍ତକାରୀ ଦଳ ବାଦ୍‌ ଅନ୍ୟ ସମସ୍ତ ୪ ତଦନ୍ତକାରୀ ଦଳ ଗୁଡ଼ିକ ତଦନ୍ତ ଆରମ୍ଭ କରିସାରିଛନ୍ତି।

ସମ୍ବନ୍ଧିତ ଖବର