ବାରଣାସୀ: କେମିତି ଅଛି ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀର ନେତାମାନଙ୍କ ସହ ଆଲୋଚନା କରିଛନ୍ତି | ରାଜ୍ୟ ମନ୍ତ୍ରୀ ରବିନ୍ଦ୍ର ଜୟସୱାଲ, ବିଜେପି ଜିଲ୍ଲା ସଭାପତି ହନସରାଜ ବିଶ୍ୱକର୍ମା, ମହାନଗର ସଭାପତି ବିଦ୍ୟାସାଗର ରାୟ, ବିଧାୟକ ସୌରଭ ଶ୍ରୀବାସ୍ତବଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି | କିଭଳି ଲୋକମାନେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବେ ଓ ଘରେ ସୁରକ୍ଷିତ ରହିବେ ସେ ନେଇ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ବାରଣାସୀ ଆସିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, କିନ୍ତୁ ପ୍ରତ୍ୟେକଙ୍କ ଘରେ କିଭଳି ଖାଦ୍ୟ ପହଂଚିବ ତାହାକୁ ନିଶ୍ଚିତ କରିବା ଆପଣଙ୍କର ଦାୟିତ୍ୱ ବୋଲି ମୋଦୀ ନେତାମାନଙ୍କୁ କହିଥିଲେ ।

Advertisment

publive-image Image Source: Zee News

କଥାବାର୍ତ୍ତା ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଜାଣିଲେ ଯେ କର୍ମୀମାନେ ବହୁ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରୁଛନ୍ତି, ସେତେବେଳେ ସେ କହିଥିଲେ ଯେ ମାସ୍କ ତିଆରି କରିବାରେ ଆପଣଙ୍କ ଶକ୍ତି ବିନିଯୋଗ କରନ୍ତୁ ନାହିଁ।

ବାରଣାସୀର ଗାମୁଛା କୌଣସି ମାସ୍କଠାରୁ କିଛି କମ ନୁହେଁ | ଉତ୍ତରପ୍ରଦେଶରେ ଲୋକମାନେ କାନ୍ଧରେ ଟାୱେଲ ଏବଂ ଗାମୁଛା ଧରି ଚାଲନ୍ତି | ଗାମୁଛା କୌଣସି ମାସ୍କଠାରୁ କମ୍ ନୁହେଁ | ତେଣୁ ମୁହଁରେ ଗାମୁଛା ଭିଡି ବାହାରକୁ ବାହାରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି | ଏହି ସମୟରେ ଡାକ୍ତର, ସଫେଇକର୍ମୀ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପାଇଁ ମାସ୍କ ସବୁଠାରୁ ଅଧିକ ଆବଶ୍ୟକ ବୋଲି ମୋଦୀ କହିଥିଲେ |