ଚଣ୍ଡୀଗଡ଼: ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବାବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ 'ହର ଘର ତ୍ରିରଙ୍ଗା' ଅଭିଯାନର ଏକ ଅଂଶ ଭାବରେ ସ୍ୱାଧୀନତା ଦିବସରେ ଲୋକଙ୍କୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରାଯାଉଛି। କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସରକାର ନାଗରିକଙ୍କୁ ଘରେ ତ୍ରିରଙ୍ଗା ଲଗାଇବାକୁ ଅନୁରୋଧ କରୁଛନ୍ତି । ଏହି ସମୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ରାସନ କାର୍ଡଧାରୀମାନେ ଜାତୀୟ ପତାକା କିଣିବାକୁ ବାଧ୍ୟ ହେଉଛନ୍ତି, ନହେଲେ ସେମାନଙ୍କ ରାସନ୍ ସାମଗ୍ରୀ କଟାଯାଉଛି । ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟର କଥା ଯେ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ଗରିବଙ୍କ ଉପରେ ବୋଝ ହୋଇସାରିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗା କିଣିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି |
ବିଜେପି ସାଂସଦ ବରୁଣ କହିଛନ୍ତି, ରାସନ୍ କାର୍ଡଧାରୀଙ୍କୁ ତ୍ରିରଙ୍ଗା କିଣିବାକୁ ବାଧ୍ୟ କରାଯାଉଛି ନଚେତ ଏହା ବଦଳରେ ସେମାନଙ୍କ ଭାଗର ରାସନ କଟାଯାଉଛି | ଗରିବଙ୍କ ଖାଦ୍ୟ ଛଡ଼ାଇ ତ୍ରିରଙ୍ଗାର ମୂଲ୍ୟ ଅସୁଲ କରିବା ଲଜ୍ଜାଜନକ ଘଟଣା । ପିଲିଭିଟରୁ ବରୁଣ ଏକ ଟ୍ୱିଟ କରି ଭିଡିଓ ସେୟାର କରିଛନ୍ତି | ଆଉ ସେ ଟ୍ୱିଟ କରି ଲେଖିଛନ୍ତି ଯେ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ଯଦି ଗରିବଙ୍କ ପାଇଁ ବୋଝ ହୋଇଯାଏ ତେବେ ଏହା ଦୁର୍ଭାଗ୍ୟଜନକ ହେବ।
आजादी की 75वीं वर्षगाँठ का उत्सव गरीबों पर ही बोझ बन जाए तो दुर्भाग्यपूर्ण होगा।
राशनकार्ड धारकों को या तिरंगा खरीदने पर मजबूर किया जा रहा है या उसके बदले उनके हिस्से का राशन काटा जा रहा है।
हर भारतीय के हृदय में बसने वाले तिरंगे की कीमत गरीब का निवाला छीन कर वसूलना शर्मनाक है। pic.twitter.com/pYKZCfGaCV
— Varun Gandhi (@varungandhi80) August 10, 2022
ରାସନକାର୍ଡଧାରୀମାନେ ତ୍ରିରଙ୍ଗା କିଣିବାକୁ ବାଧ୍ୟ ହେଉଛନ୍ତି ଏବଂ ଯଦି ସେମାନେ କିଣୁନାହାନ୍ତି ତେବେ ସେମାନଙ୍କ ରାସନ୍ ସାମଗ୍ରୀ କଟାଯାଉଛି। ଏହି ଭିଡିଓ ହରିୟାଣାର କର୍ଣ୍ଣଲ ଜିଲ୍ଲାର ବୋଲି କୁହାଯାଉଛି। ଏହି ଭିଡିଓରେ କିଛି ରାସନ କାର୍ଡଧାରୀ ଅଭିଯୋଗ କରିଛନ୍ତି ଯେ ସେମାନେ ୨୦ ଟଙ୍କା ମୂଲ୍ୟରେ ତ୍ରିରଙ୍ଗା ପତାକା କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ମଧ୍ୟରେ "ହର ଘର ତ୍ରିରଙ୍ଗା" ଅଭିଯାନର ଏକ ଅଂଶ ଭାବରେ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି।