କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବସନ୍ତ ପଣ୍ଡାଙ୍କ ଦାବିପତ୍ର

ନୂଆଦିଲ୍ଲୀ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ‌ବୈଷ୍ଣବଙ୍କୁ ଭେଟି ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପଣ୍ଡା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, କରୋନା ମହାମାରୀ କାରଣରୁ ବାତିଲ କରାଯାଇଥିବା ଟ୍ରେନଗୁଡ଼ିକର ଚଳାଚଳ ଆରମ୍ଭ କରାଯାଇନଥିବାରୁ ସଂସଦୀୟ ‌କ୍ଷେତ୍ରର ଲୋକମାନଙ୍କର ଗମନାଗମନରେ ଅସୁବିଧା ହେଉଛି। ଏହି ସବୁ ଟ୍ରେନ ଚଳାଚଳ ଆରମ୍ଭ ହେଉ। ସେହି ଭଳି ନୂଆପଡ଼ା-ନବରଙ୍ଗପୁର ଭାୟା ଖଡିଆଳ – ଧର୍ମଗଡ଼ ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ, ନୂଆପଡ଼ା ରେଲୱେ ଲେଭଲ୍‌ କ୍ରସିଂ ଓ କଣ୍ଟାବାଂଜି ରେଲୱେ କ୍ରସିଂରେ ଓଭର ବ୍ରିଜ ନିର୍ମାଣ ପାଇଁ ଶ୍ରୀ ପଣ୍ଡା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର