ଡାକ୍ତର ଘରର ଏକମାତ୍ର ପୁଅର ମୃତ୍ୟୁ ଖବର ଦେବା ପରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ଲୋକେ, ଅଧ ବାଟରେ ହେଲା ଚମତ୍କାର

ଭତିଣ୍ଡା : ପଞ୍ଜାବର ଭଟିଣ୍ଡାରେ ଘଟିଥିବା ଚମତ୍କାରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଘରର ବଡ଼ ପୁଅ ଆର ପାରିକୁ ଚାଲିଯିବାର ଖବର ଡ଼ାକ୍ତର ଦେବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଥିଲା । ଏହା ସହ ସମସ୍ତେ ପୁଅର ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହି ସମୟରେ ଯେଉଁ ଚମତ୍କାର ଘଟିଥିଲା, ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା ।

Dainik Bhaskar

ସୂଚନା ମୁତାବକ, ଡ଼ାକ୍ତର ମୃତ ଘୋଷଣା କରିବା ପରେ ମୃତ ପୁଅର ବାପା ଏବଂ ତାଙ୍କର ସଂପର୍କୀୟମାନେ ମର ଶରୀର ଧରି ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ମର ଶରୀରଟି ହଲିବାକୁ ଲାଗିଥିଲା । ଯାହା ପରେ ମୃତକଙ୍କ ବାପା ଜୋରରେ ପାଟି କରି ଗାଡ଼ି ଡ଼ାକ୍ତରଖାନାକୁ ତୁରନ୍ତ ନେଇ ଚାଲ ବୋଲି କହିଥିଲେ । ଠିକ୍‌ ସମୟରେ ଡ଼ାକ୍ତରଖାନା ପହଞ୍ଚିବା ପରେ ଏବେ ମୃତ ଘୋଷଣା କରାଯାଇଥିବା ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଏହା ପ୍ରଥମ ନୁହେଁ, ଏଭଳି ଚମତ୍କାର ପୂର୍ବରୁ ଅନେକ ଥର ଘଟିଛି ।

ସମ୍ବନ୍ଧିତ ଖବର