ବାତ୍ୟା ‘ବାୟୁ’ର ମୁକାବିଲା ପାଇଁ ପ୍ରସ୍ତୁତି:ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର  ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ବାୟୁ’ ଆଗାମୀ ୧୩ ତାରିଖ ସକାଳେ ଗୁଜରାଟ ପହଞ୍ଚିବ। ତଟବର୍ତ୍ତୀ ଅଂଚଳରେ ଅନେକ ଗ୍ରାମକୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଏନ୍‌ଡିଆର୍‌ଏଫ୍‌ର ୨୬ଟି ଟିମ୍‌ ମୁତୟନ ହୋଇଛନ୍ତି। ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ୧୩ ତାରିଖ ସକାଳେ ‘ବାୟୁ’ ଗୁଜରାଟ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୫ କିମି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗୁଜରାଟ ତଟବର୍ତ୍ତୀ ଅଂଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର