ମଧ୍ୟାହ୍ନ ଭୋଜନରେ ସାମିଲ ହେବ ବାଜରା

ନୂଆଦିଲ୍ଲୀ : କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଉଥିବା ମଧ୍ୟାହ୍ନଭୋଜନ ଯୋଜନାରେ ବାଜରାକୁ ସାମିଲ୍‌ କରାଯିବାର ପ୍ରସ୍ତାବ ରହିଛି। ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପତ୍ର ଲେଖିଥିବା ଜଣାପଡ଼ିଛି।

ଗତମାସ ୭ ତାରିଖରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ଓ ପୌଷ୍ଟିକତା ଦୃଷ୍ଟିରୁ ବାଜରାର ଗୁଣବତ୍ତାକୁ ବିଶେଷ ଭାବରେ ଅନୁଧ୍ୟାନ କରାଯାଇଥିଲା। ତଦନୁସାରେ, ମଧ୍ୟାହ୍ନଭୋଜନରେ ବାଜରାକୁ ସାମିଲ୍‌ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଏହି ପତ୍ରରେ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ବାଜରାକୁ ପ୍ରୋତ୍ସାହନ ଦେଉଥିବା ସମ୍ପର୍କ‌େର ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର