ବେଜିଂ : ଚୀନ୍ ଗୁରୁବାର ବିବିସି ନ୍ୟୁଜ୍ ଚ୍ୟାନେଲର ପ୍ରସାରଣକୁ ନିଷିଦ୍ଧ କରିଛି। ଚୀନ୍ ପରିପ୍ରେକ୍ଷୀରେ ପ୍ରସାରଣ ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଥିବାରୁ ଏହାର ନ୍ୟୁଜ୍ କାର୍ଯ୍ୟକ୍ରମକୁ ଚୀନ୍ରେ ପ୍ରସାରଣ ହେବାକୁ ଦିଆଯିବ ନାହିଁ ବୋଲି ଚୀନ୍ ଜାତୀୟ ଟେଲିଭିଜନ ପ୍ରଶାସନ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି। ଚୀନ୍ର ଜାତୀୟ ସ୍ବାର୍ଥକୁ ବିବିସି କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରିଛି ଏବଂ ଖରାପ ମନୋବୃତ୍ତିରେ ମିଛ ଏବଂ ଆପତ୍ତିଜନକ ଖବର ପ୍ରସାରଣ କରୁଥିବାରୁ ବିବିସି ୱାଲ୍ର୍ଡ ନ୍ୟୁଜ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଚୀନ୍ କର୍ତ୍ତୃପକ୍ଷ କହିଛନ୍ତି। ଉଇଘର ମୁସ୍ଲିମ୍ ସଂପ୍ରଦାୟକୁ ନେଇ ଚୀନ୍ ବିରୋଧରେ ବିବିସି ଭିତ୍ତିହୀନ ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି।
ବିବିସି ନ୍ୟୁଜ୍ ଚ୍ୟାନେଲ ଚୀନ୍ରେ ନିଷିଦ୍ଧ
/sambad/media/post_attachments/wp-content/uploads/2021/02/bbc-nees.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)