ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଆଇପିଏଲ ୨୦୨୫କୁ   ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ଆଇପିଏଲର ଫାଇନାଲ୍ ମ୍ୟାଚ ମଇ ୨୫ ତାରିଖରେ କୋଲକାତା ଠାରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ମ୍ୟାଚକୁ ବାତିଲ କରି ଦିଆଯାଇଛି। 

Advertisment

ମ୍ୟାଚ ବାତିଲ ପରେ ବିସିସିଆଇର ଜଣେ ଅଧିକାରୀ ତାଙ୍କ ବିବୃତ୍ତିରେ କହିଛନ୍ତି, ‘ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ଥିବା ସମୟରେ କ୍ରିକେଟ୍ ଖେଳିଯିବ ଏହା ଆଦୌ ଠିକ୍ ନୁହେଁ।

ଦେଶରେ ଯୁଦ୍ଧ ଚାଲିଥିବା ସମୟରେ କ୍ରିକେଟ୍ ଖେଳକୁ ଜାରି ରଖିବା ଗ୍ରହଣୀୟ ନୁହେଁ।  କ୍ରୀଡ଼ା ଅପେକ୍ଷା ଦେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ମଇ ୯ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଇକାନା ଷ୍ଟାଡିୟମରେ ହେବାର ଥିଲା। କିନ୍ତୁ ଏବେ ଏହା ହେବ ନାହିଁ। ସୁରକ୍ଷା କାରଣରୁ ମଇ ୮ ତାରିଖରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବା ଆଇପିଏଲ ମ୍ୟାଚ୍ ମଧ୍ୟ ସୁରକ୍ଷା କାରଣରୁ ବାତିଲ କରି ଦିଆଯାଇଛି।