ଧର୍ମ ସହ ନାମ ପରିବର୍ତ୍ତନ କରି ହିନ୍ଦୁ ପ୍ରେମିକାକୁ ବିବାହ କରିଥିବା ମୁସଲମାନ ପ୍ରେମୀଙ୍କୁ ସୁପ୍ରିମ୍ କୋର୍ଟ କ’ଣ ପରାମର୍ଶ ଦେଲେ ଜାଣନ୍ତୁ…
ନୂଆଦିଲ୍ଲୀ: ଜନୈକ ମୁସଲମାନ ଯୁବକ ନିଜର ଧର୍ମ ସହ ନାମ ପରିବର୍ତ୍ତନ କରି ତାଙ୍କର ହିନ୍ଦୁ ପ୍ରେମିକାଙ୍କୁ ବିବାହ କରିବା ଘଟଣାକୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଛତିଶଗଡ଼ରେ ଘଟିଥିବା ଏହି ବିବାଦୀୟ ଘଟଣା ଏବେ ଆସି ସୁପ୍ରିମ୍ କୋର୍ଟରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ବୁଧବାର ଏହି ମାମଲାର ଶୁଣାଣି କରି ସଂପୃକ୍ତ ମୁସଲମାନ ଯୁବକଙ୍କୁ ଜଣେ ‘ମହାନ୍ ପ୍ରେମୀ’ ବୋଲି କହିବା ସହ ‘ଜଣେ ବିଶ୍ୱସ୍ତ ପତି’ ହେବାକୁ ପରାମର୍ଶ ଦେଇଛନ୍ତି।
ଶୁଣାଣି କାଳରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି, ‘ଆମେ କେବଳ ମହିଳାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। ଆମେ ଅନ୍ତର୍ଧାର୍ମିକ ଓ ଅନ୍ତର୍ଜାତି ବିବାହ ବିରୋଧୀ ନୋହୁଁ। ଆମେ କେବଳ ମହିଳାଙ୍କ ସୁରକ୍ଷିତ ଭବିଷ୍ୟତ ଚାହୁଁ’, ବୋଲି କହିବା ସହ ନିଜର ଧର୍ମ ଓ ନାମ ପରିବର୍ତ୍ତନ ସଂପର୍କିତ ଏକ ସତ୍ୟପାଠ କୋର୍ଟରେ ଦାଖଲ କରିବାକୁ ସଂପୃକ୍ତ ମୁସଲମାନ ଯୁବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।