ନୂଆଦିଲ୍ଲୀ: ସାଧାରଣତଃ ଯାତ୍ରା ସମୟରେ ବହୁ ଯାତ୍ରୀ ଏୟାରପୋର୍ଟ କିମ୍ବା ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜିଂ କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଏୟାରପୋର୍ଟ ତଥା ରେଲୱେ ଷ୍ଟେସନରେ ୟୁଏସବି କେବୁଲ ଲାଗିଥାଏ। ଯାତ୍ରୀ ଏହା ଦ୍ବାରା ସେମାନଙ୍କ ସ୍ମାର୍ଟଫୋନ୍ ଚାର୍ଜିଂ କରିଥାନ୍ତି। ତେବେ ଯାତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଚେତାବନୀ ଜାରି କରାଯାଇଛି। ଯେ ଏଭଳି ଦ୍ବାରା ଯାତ୍ରୀଙ୍କ ସ୍ମାର୍ଟଫୋନ୍ରେ ନକଲି ଆପ୍ ଇନଷ୍ଟଲ ହେବାର ଆଶଙ୍କା ରହିଥାଏ। ଏହା ଦ୍ବାରା ୟୁଜରଙ୍କ ସ୍ମାର୍ଟଫୋନ୍ରୁ ବ୍ୟକ୍ତିଗତ ଡାଟା ଚୋରି ହେବାର ଆଶଙ୍କା ରହିଥାଏ।
Safety tip of the day: Beware of USB charger scam.#indiancert#cyberswachhtakendra#staysafeonline#cybersecurity#besafe#staysafe#mygov#Meity#onlinefraud#cybercrime#scam#cyberalert#CSK#cybersecurityawarenesspic.twitter.com/FBIgqGiEnU
— CERT-In (@IndianCERT) March 27, 2024
ଏୟାରପୋର୍ଟ ତଥା ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜିଂ ସମୟରେ ନିଜର ଡାଟା କେବୁଲ ବ୍ୟବହାର କରିବା ଜରୁରୀ ଏହା ଦ୍ବାରା ବିପଦର ଆଶଙ୍କା ଦୂର ହୋଇଥାଏ। ନଚେତ ନିଜର ପାୱାର ବ୍ୟାଙ୍କ ଯାତ୍ରା ସମୟରେ ନେବା ଆବଶ୍ୟକ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହା ସହିତ ନିଜ ଫୋନ୍କୁ ଲକ୍ କରି ରଖିବା ସହିତ ଅନ୍ୟ କୌଣସି ଡିଭାଇସ୍ ସହିତ କନେକ୍ଟ ନ କରିବା ଉଚିତ।
ଯଦି ଫୋନ ଚାର୍ଜିଂ କରିବା ଜରୁରୀ ହୋଇପଡ଼ିଥାଏ ତେବେ ଏଭଳି ଚାର୍ଜିଂ କେବୁଲର ବ୍ୟବହାର କରିବା ଆବଶ୍ୟକ ଯାହାଦ୍ବାରା କେବଳ ଫୋନ୍ ଚାର୍ଜିଂ ହୋଇଥାଏ। ଏହାଦ୍ବାରା ଫୋନ୍ର ଡାଟା ଟ୍ରାନ୍ସଫର ହେବାର ଆଶଙ୍କା ନ ଥାଏ।
ଜୁସ୍ ଜ୍ୟାକିଂ ହେଉଛି ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ଭଳି ଇଲେକ୍ଟ୍ରୋନିକ୍ ଡିଭାଇସ୍ ମାଧ୍ୟମରେ ଚାର୍ଜ କରୁଥିବାବେଳେ ଡାଟା କେବୁଲରୁ ତଥ୍ୟ ଚୋରି କରିବା କୁହାଯାଇଥାଏ। ଜୁସ୍ ଜ୍ୟାକିଂ ମାଧ୍ୟମରେ, ଫୋନ୍ରେ ମାଲୱେର୍ ଇନଷ୍ଟଲ ହୋଇଥାଏ ଅବା ଫୋନରୁ ଡାଟା ଚୋରି ହୋଇଥାଏ। ଏହା ମଧ୍ୟରେ ବ୍ୟକ୍ତିଗତ ସୂଚନା ମଧ୍ୟ ରହିଥାଏ।|