ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ) ପକ୍ଷରୁ ଏକ ଅପଡେଟ୍ ଜାରି କରାଯାଇଛି। ଏହି ଅପଡେଟ୍ ଅନୁସାରେ ଇପିଏଫଓ ସଦସ୍ୟଙ୍କ ୟୁଏନ ପ୍ରୋଫାଇଲରେ ଥିବା ତ୍ରୁଟି ଠିକ୍ କରିବା ପାଇଁ ଥିବା ଜଏଣ୍ଟ ଡିକ୍ଲାରେସନର ଡକ୍ୟୁମେଣ୍ଟ ଲିଷ୍ଟରେ ପରିବର୍ତ୍ତନ କରାଯାଇଛି। ୧୧ ମାର୍ଚ୍ଚ ୨୦୨୪ରେ କରାଯାଇଥିବା ରିଭାଇଜ ନୋଟିଫିକେସନ ଅନୁସାରେ ଆବେଦକ ଏବେ ଆବେଦନ କରିବା ସମୟରେ ସଦସ୍ୟଙ୍କ ପିତା/ମାତାଙ୍କ ନାମ ଥିବା ଆଧାର କାର୍ଡ, ପ୍ୟାନ୍ କାର୍ଡ,ମାଟ୍ରିକ ସାର୍ଟିଫିକେଟ, ମାଟ୍ରିକ ମାର୍କସିଟ୍, ଡ୍ରାଇଭିଂ ଲାଇସେନ୍ସ ଦାଖଲ କରିପାରିବେ।
ଏହା ସହିତ ଜନ୍ମ ତାରିଖ, ମାତା/ପିତାଙ୍କ ନାମ, ଆଧାର ନମ୍ବର, ବୈବାହିକ ସ୍ଥିତି, ସଦସ୍ୟଙ୍କ ନାମ ଏବଂ ଲିଙ୍ଗର ଅପଡେଟ୍ କରି ୟୁଏଏନ ପ୍ରୋଫାଇଲ ଠିକ୍ କରାଯାଇ ପାରିବ।
ବୈବାହିକ ସ୍ଥିତି ପାଇଁ ବିବାହ ପ୍ରମାଣ ପତ୍ର, ଆଧାର କାର୍ଡ, ପାସପୋର୍ଟ, ଛାଡ଼ପତ୍ର ପ୍ରମାଣ କାଗଜପତ୍ର ଆଦି ଦାଖଲ କରାଯାଇ ପାରିବ।
ସେହିପରି ନାମରେ ଥିବା ତ୍ରୁଟିରେ ସୁଧାର ପାଇଁ ଆଧାର, ପାସପୋର୍ଟ, ଜନ୍ମ ପ୍ରମାଣ ପତ୍ର, ମୃତ୍ୟୁ ପ୍ରମାଣ ପତ୍ର, ଡ୍ରାଇଭିଂ ଲାଇସେନ୍ସ,, କେନ୍ଦ୍ର ସରକାର/ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସେବା ପରିଚୟ ପତ୍ର ଆବଶ୍ୟକ।
ସେହିପରି ଜନ୍ମ ତାରିଖରେ ଥିବା ତ୍ରୁଟି ସୁଧାର ପାଇଁ ଆଧାର, ପାସପୋର୍ଟ, ପ୍ୟାନ କାର୍ଡ, ବାସସ୍ଥାନ ପ୍ରମାଣପତ୍ର,ଜନ୍ମ ଏବଂ ମୃତ୍ୟୁ ରେଜିଷ୍ଟାରଙ୍କ ଦ୍ବାରା ଜାରି ହୋଇଥିବା ପ୍ରମାଣ ପତ୍ର, ମାଟ୍ରିକ ସାର୍ଟିଫିକେଟ, ମାଟ୍ରିକ ମାର୍କସିଟ୍, ଜନ୍ମତାରିଖ ଥିବା ମେଡିକାଲ ପ୍ରମାଣପତ୍ର ଆଦି ଜରୁରୀ। ଏସବୁ ପ୍ରମାଣପତ୍ର ନ ଦେଲେ ଅବା ମିଥ୍ୟା ପ୍ରମାଣପତ୍ର ଦେଲେ ଇପିଏଫରେ ଥିବା ଟଙ୍କା ଅଟକି ଯିବାର ଆଶଙ୍କା ରହିଛି।
ସାବଧାନ ! ଇପିଏଫ ଟଙ୍କା ଯିବ ଅଟକି, ଏପରି ଭୁଲ୍ କରନ୍ତୁ ନାହିଁ: ଇପିଏଫଓ ଜାରି କଲା ଅପଡେଟ୍
/sambad/media/post_attachments/wp-content/uploads/2024/03/WhatsApp-Image-2024-03-14-at-7.31.11-PM.jpeg)