ଗୁଗୁଲ୍ ବ୍ୟବହାରକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ

ନୂଆଦିଲ୍ଲୀ:  ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯାହାକୁ ଏତେ ମାତ୍ରାରେ ବିଶ୍ୱାସ କରୁଛନ୍ତି ତାହାର ତଥ୍ୟରେ ଏତେ ସାଂଘାତିକ ଭୁଲ ବାହାରିବ ବୋଲି । ହଁ, ଆମେ ଆପଣଙ୍କୁ କହୁଛୁ ସାରା ବିଶ୍ୱର ଲୋକମାନେ ବହୁଳ ଭାବେ ବ୍ୟବହାର କରୁଥିବା ସର୍ଚ୍ଚ ଇଂଜିନ୍ ‘ଗୁଗୁଲ’ କଥା । ସକାଳୁ ସଂନ୍ଧ୍ୟା ଯାଏ ଆପଣ ଯେତେବେଳେ ବି କିଛି ତଥ୍ୟ ବାବଦରେ ଜାଣିବାକୁ ଚାହାନ୍ତି ବା ଆବଶ୍ୟକ ପଡେ ସେତେବେଳେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ସବୁଠାରୁ ବଡ ସାହାଯ୍ୟକାରୀ ପାଲଟି ଯାଏ ଗୁଗୁଲ । ଏହି ଗୁଗୁଲ୍ ସାରା ବିଶ୍ୱର ତଥ୍ୟ ସହିତ ଦୈନିକ ଖବରର ଅପ୍ ଡେଟ୍ ବି ଦେଇଥାଏ । ହେଲେ ଆମେ ଏବେ ଆପଣଙ୍କୁ ଗୁଗୁଲର ଏକ ସାଂଘାତିକ ଭୁଲ ତଥ୍ୟ ବାବଦରେ ଜଣାଇବାକୁ ଚାହୁଁଛୁ ।

ଆପଣମାନେ ସମସ୍ତେ ପ୍ରାୟ ଜାଣିଛନ୍ତି କି ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ । ହେଲେ ଆପଣ ଗୁଗୁଲରେ ସର୍ଚ୍ଚ କଲେ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହିଲିଙ୍କ ସ୍ଥାନରେ ଆସୁଛି ଆଫ୍‌ଗାନିସ୍ଥାନ କ୍ରିକେଟର ରସିଦ୍ ଖାନ୍‌ଙ୍କ ନାମ । ଏହା ଆପଣଙ୍କୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଆପଣ ଥରେ ଗୁଗୁଲ ସାଇଟକୁ ଯାଇ ୱାଇଫ୍ ଅଫ୍ ରସିଦ୍ ଖାନ ସର୍ଚ୍ଚ କରି ଦେଖନ୍ତୁ । ସେଠାରେ ଅନୁଷ୍କା ଶର୍ମାଙ୍କ ନାମ ସହିତ ଫଟୋ ବି ଆସୁଛି ।

ଆମେ ଏଇଥି ପାଇଁ ଏହି କଥା କହିବାକୁ ଯାଉଛୁ ଯେ ଏବେ ଯୁଗରେ ଇଣ୍ଟରନେଟ୍ ଉପରେ ଭରସା କରୁଛନ୍ତି ବିଶ୍ୱର ୬୦ ପ୍ରତିଶତରୁ ଅଧିକ ଲୋକ । ସେ ପିଲାଙ୍କ ପାଠ ପଢିବା କ୍ଷେତ୍ରରେ ହେଉ କି ବେପାର କ୍ଷେତ୍ର ବା ରାଜନୀତି । ସବୁଠି ଇଣ୍ଟରନେଟର ଆବଶକତା ଦିନକୁ ଦିନ ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି ।  ଇଣ୍ଟରନେଟ୍ ରେ ଥିବା ଆପ୍ ଗୁଡିକ ମଧ୍ୟରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ ଗୁଗୁଲ ଆପ୍ । ସର୍ବପୁରାତନ ଆପ୍ ଓ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିଥିବା ଗୁଗୁଲରେ ଯଦି ଏଭଳି ଭୂୁଲ ତଥ୍ୟ ମିଳେ ତେବେ ବ୍ୟବହାରକାରୀଙ୍କ ପାଇଁ ଏହା ବିପଦ ନିଶ୍ଚିନ୍ତ ।

ସମ୍ବନ୍ଧିତ ଖବର