“ଆମ ସହିତ ବନ୍ଧୁତା କର, ନଚେତ୍ ଅପହରଣ କରିନେବୁ”

ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଦୁମକାରେ ହୋଇଥିବା ଅଙ୍କିତା ହତ୍ୟା ମାମଲା ସାରା ଦେଶକୁ ଦୋହଲାଇଦେଇଥିଲା । ଏହା ସତ୍ତ୍ବେ ରାଜ୍ୟରେ ସମାନ ପ୍ରକାରର ଅତ୍ୟାଚାର ବଢିବାରେ ଲାଗିଛି । ଖୋଜ ରାଜଧାନୀ ରାଞ୍ଚିରେ ଏକ ସରକାରୀ ସ୍କୁଲରେ ଏକ ଚିନ୍ତାଜନକ ଘଟଣା ଘଟିଛି । କେତେକ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ବିଭିନ୍ନ ମାରଣାସ୍ତ୍ର ସହ ସ୍କୁଲରେ ପ୍ରବେଶ କରି ଝିଅମାନଙ୍କୁ ଅପହରଣ ଧମକ ଦେଇଥିବା ଜଣାପଡ଼ିଛି ।

ଗତ ୫ ତାରିଖରେ ରାଞ୍ଚିର ସଦମାଠାରେ ଥିବା ପ୍ରଜେକ୍ଟ ପ୍ଲସଟୁ ହାଇସ୍କୁଲରେ ଶିକ୍ଷକ ଦିବସ ଚାଲିଥିବାବେଳେ ଉକ୍ତ ଯୁବକମାନେ ମାରଣାସ୍ତ୍ର ସହ ଆସି ହିନ୍ଦୁ ଯୁବତୀମାନଙ୍କୁ ଧମକାଇଥିଲେ । ସେମାନଙ୍କ ସହ ବନ୍ଧୁତା ନ କଲେ ଅପହରଣ କରିନେବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ । ଏହାକୁ ସ୍କୁଲର ଶିକ୍ଷକମାନେ ବିରୋଧ କରିବାରୁ ସେମାନଙ୍କୁ ପିଟିବା ସହ ଧମକଚମକ ଦେଇଥିଲେ ।

ଘଟଣାଟି ଗତ ୫ ତାରିଖରେ ଘଟିଥିବାବେଳେ ପୁଲିସ ଗତ ଶନିବାର ଅର୍ଥାତ ୧୦ ତାରିଖରେ ହିଁ ଜାଣିବାକୁ ପାଇଥିଲା । ଘଟଣାର ସମାଧାନ ପାଇଁ ସ୍କୁଲ ପକ୍ଷରୁ ଦୁଇ ସଂପ୍ରଦାୟ ମଧ୍ୟରେ ଏକ ବୈଠକ ଡକାଯାଇଥିବାବେଳେ ସେଠାରେ ବିବାଦ ଦେଖାଦେଇଥିଲା । ଏହାପରେ ପୁଲିସ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲା ।

ଏହା ପରେ ପୁଲିସ ଏହି ଘଟଣାରେ ସଂପୃକ୍ତ ୫  ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଫିର୍ଦ୍ଧୋସ ଅନସାରି, ସୁହେଲ ଅନସାରି, ତୌଫିକ ଅନସାରି, ମୁଜମିଲ ଅନସାରି ଓ ଜମିଲ ଅନସାରି । ସେମାନଙ୍କ ବିରୋଧରେ ଅସଦାଚରଣ, ମାଡମାରିବା, ଅପହରଣ ଧମକ ଦେବା ଆଦି ଅଭିଯୋଗ ଲଗାଯାଇଛି ।

ସମ୍ବନ୍ଧିତ ଖବର