ବେଙ୍ଗାଲୁରୁ: ବାହାରିକି ରହିଥାନ୍ତୁ; ଆମ୍ବୁଲାନ୍ସ ୨ଘଣ୍ଟାରେ ପହଞ୍ଚୁଛି। କରୋନା ପିଜିଟିଭ ବୋଲି ଜାଣି ଡାକ୍ତରଖାନା ଯିବା ପାଇଁ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ ପକ୍ଷରୁ ଫୋନ କରାଯାଇ ଏଭଳି କୁହାଯାଇଥିଲା। କିନ୍ତୁ ୨ଘଣ୍ଟା ପରିବର୍ତ୍ତେ ୨ଦିନ ପରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ଘଟଣାଟି ବେଙ୍ଗାଲୁରୁରେ ଘଟିଥିବା ବେଳେ ନରସାଇୟା ନାମକ କରୋନା ଆକ୍ରାନ୍ତ ୨ଦିନ ପରେ ଆମ୍ବୁଲାନ୍ସ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣା ପଡ଼ିଛି।
କିରଲୋସ୍କର ସୀମା ଅଞ୍ଚଳରେ ରହୁଥିବା ନରସାଇୟାଙ୍କ ଗୋଡରେ ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର କରିବାକୁ କହିଥିଲେ ଡାକ୍ତର। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଗୁରୁବାର ଦିନ ୧୧ ଟା ସମୟରେ ତାଙ୍କୁ ଏକ ମେସେଜ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ପରେ କରୋନା ଚିକିତ୍ସା ପାଇଁ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ପକ୍ଷରୁ ତାଙ୍କୁ ଫୋନ୍ କରାଯାଇ ୨ଘଣ୍ଟା ମଧ୍ୟରେ ଆପଣଙ୍କୁ ଆମ୍ବୁଲାନ୍ସ ଆଣି ଡାକ୍ତରଖାନାରେ ପହଞ୍ଚାଇବ ବୋଲି କୁହାଯାଇଥିଲା।
The Kathmandu Postଆମ୍ବୁଲାନ୍ସ ନ ପହଞ୍ଚିବାରୁ ବୃଦ୍ଧ ରୋଗୀଙ୍କ ପରିବାର ଅନେକ ଥର ହେଲ୍ପଲାଇନକୁ ଡାଏଲ କରିଥିଲେ, କିନ୍ତୁ କେହି ଉତ୍ତର ଦେଇନଥିଲେ। ପରେ ଶୁକ୍ରବାର ରାତିରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ନରସାଇୟାଙ୍କୁ ନ ନେଇ ଫେରିଥିଲା, କାରଣ ନରସାଇୟା ଉଠିବା ଅବସ୍ତାରେ ନଥିଲେ ଏବଂ କର୍ମଚାରୀମାନେ ଷ୍ଟ୍ରେଚର ଆଣିବାକୁ ଭୁଲି ଯାଇଥିଲେ।
ପରିବାର ଲୋକଙ୍କ କହିବା ମୁତାବକ, ଆମ୍ବୁଲାନ୍ସ ଫେରିଯିବା ପରେ ଆମେ ଆମର କର୍ପୋରେଟର ଏମ ଶିବରାଜଙ୍କୁ ସୂଚନା ଦେଇଥିଲୁ ଯିଏ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡାକିଥିଲେ। ଶନିବାର ଅପରାହ୍ନରେ ସେମାନେ ଘରକୁ ଆସି ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ବୋଲି ନରସାଇୟାଙ୍କ ବୋହୂ ଶରଧା ମଞ୍ଜୁନାଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/late-ambulance-02_Thumb.jpg)