ନୂଆଦିଲ୍ଲୀ : ଆଜି ଚିତ୍ତାକର୍ଷକ ‘ବିଟିଂ ଦି ରିଟ୍ରିଟ୍’ ସମାରୋହ ସହ ଗଣତନ୍ତ୍ର ଦିବସ ସମାରୋହର ସମାପନ ହୋଇଛି । ଗତ ୨୩ ତାରିଖରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବାରୁ ଗଣତନ୍ତ୍ର ଦିବସ ସମାରୋହ ଆଜି ଶେଷ ହୋଇଛି ।
ଆଜିର ବିଟିଂ ଦି ରିଟ୍ରିଟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ସେନାର ସାମରିକ ବାଦ୍ୟ ତଥା ଡ୍ରୋନ ସୋ । ଏଥର ପ୍ରଥମ ଥର ପାଇଁ ଚିତ୍ତାକର୍ଷକ ଡ୍ରୋନ ସୋ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧ ହଜାର ଭାରତ ନିର୍ମିତ ଡ୍ରୋନ ସ୍ଥାନ ପାଇଥିଲା । ଏହାକୁ ଭାରତୀୟ ଷ୍ଟାର୍ଟଅପ୍ ବୋଟଲାବ୍ ଡାଇନାମିକ୍ସ ଓ ଦିଲ୍ଲୀ ଆଇଆଇଟି ପକ୍ଷରୁ ପରିଚାଳନା କରାଯାଇଥିଲା । ଏସବୁ ଡ୍ରୋନ ଭାରତର ବିଭିନ୍ନ ସଫଳତାକୁ ଦର୍ଶାଇଥିଲେ ।
ଏଥର ବିଟିଂ ଦ ରିଟ୍ରିଟ୍ ସମାରୋହରେ ଏକ ଖ୍ରୀଷ୍ଟିଆନ ଧାର୍ମିକ ମନ୍ତ୍ର ଆବାଇଡ୍ ଓ୍ବିଥ ମି ସ୍ଥାନ ପାଇନଥିଲା । ଏହା ବଦଳରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ ‘ଏ ମେରେ ବତନ କି ଲୋଗୋ’ ତାଳେ ତାଳେ ଅନୁଷ୍ଠିତ ହୋଇଥିଲା । ବିଟିଂ ଦି ରିଟ୍ରିଟ୍ ସମାରୋହରେ ସ୍ଥାନ ପାଉଥିବା ୨୬ଟି ସଂଗୀତ ମଧ୍ୟରେ ଏଥର ଆବାଇଡ୍ ଓ୍ବିଥ ମି ସ୍ଥାନ ପାଇନଥିଲା ।
A mega drone show involving 1000 drones lit up the sky today during the Beating the Retreat ceremony. #BeatingRetreat pic.twitter.com/YYbvTVLYHR
— MyGovIndia (@mygovindia) January 29, 2022