ଗୁରୁଗ୍ରାମ : ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଖଣ୍ଡସା ଗ୍ରାମରେ ବାଣୀ ୱାଲା ମନ୍ଦିରରେ ଜଣେ ୨୩ ବର୍ଷୀୟ ଯୁବକ ଏକ ମୂର୍ତ୍ତି ସଫା କରୁଥିବାବେଳେ ଭୁଲ୍ବଶତଃ ମୂର୍ତ୍ତିର ଏକ ଅଙ୍ଗୁଳି ଭାଙ୍ଗି ଯାଇଥିଲା। ଯୁବକଙ୍କର ଏହି ଛୋଟିଆ ଭୁଲ୍ ପାଇଁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମନ୍ଦିରର ପୂରୋହିତ ଏବଂ ଅନ୍ୟ ୨ ଜଣ ସହଯୋଗୀ ସମ୍ପୃକ୍ତ ଯୁବକଙ୍କୁ ଏକ ଗଛରେ ବାନ୍ଧି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିଲେ।
ଉକ୍ତ ଘଟଣାରେ ଆଜି ମନ୍ଦିର ପୂଜାରୀ ଏବଂ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ପୁରୋହିତ ଅଜିତ ଓରଫ ବାବାଜୀ ଏବଂ ସୋନୁ ଓରଫ ସିଲା। ଅନ୍ୟପକ୍ଷେ ମାମଲାରେ ତୃତୀୟ ଅଭିଯୁକ୍ତ ହେଉଛନ୍ତି ସୋନୁ ବଲ୍ହରା। ଆଇପିସିର ଧାରା ୩୦୪ ଏବଂ ୩୪ ଅଧୀନରେ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ ହୋଇଛି।