ବେଜିଙ୍ଗ୍: ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍’ରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସମର୍ଥକମାନେ ଭିଆଇଥିବା ହିଂସାକାଣ୍ଡକୁ ୨୦୧୯ ହଙ୍ଗ୍କଙ୍ଗ୍ ସରକାର-ବିରୋଧୀ ପ୍ରତିବାଦ ସହ ତୁଳନା କରି ଚୀନ୍ର ଇଣ୍ଟର୍ନେଟ୍ରେ ଏବେ ବିଦ୍ରୂପ କରାଯାଉଛି।
ଗୁରୁବାର ସକାଳେ ରାଷ୍ଟ୍ରାୟତ ଟାବଲଏଡ୍ ‘ଗ୍ଲୋବାଲ୍ ଟାଇମ୍ସ୍’ ୨୦୧୯ ଜୁଲାଇରେ ହଙ୍ଗ୍କଙ୍ଗ୍ ପ୍ରତିବାଦକାରୀମାନେ ସହରର ‘ଲେଜିସ୍ଲେଟିଭ୍ କମ୍ପ୍ଲେକ୍ସ୍’ ଅଧିକାର କରୁଥିବା ସମୟର ଫଟୋ ସହିତ ବୁଧବାରର ‘କ୍ୟାପିଟଲ୍’ ଦଙ୍ଗା ସମୟର ଫଟୋ ଦେଇ ଏକ ତୁଳନାତ୍ମକ ଉପସ୍ଥାପନ ଟୁଇଟ୍ କରିଛି।
Image Courtesy of India Todayଟୁଇଟ୍ରେ ଗ୍ଲୋବାଲ୍ ଟାଇମ୍ସ୍ ଲେଖିଛି, ଥରେ ବାଚସ୍ପତି ପିଲୋସି ହଙ୍ଗ୍କଙ୍ଗ୍ ଦଙ୍ଗାକୁ ‘ସୁନ୍ଦର ଦୃଶ୍ୟ’ ବୋଲି କହିଥିଲେ। ଅବଶ୍ୟ ସେ ଦଙ୍ଗାରେ ବିଶେଷ ଅଶାନ୍ତି ଉପୁଜି ନ ଥିଲା।
ସମ୍ପ୍ରତି ‘କ୍ୟାପିଟଲ୍ ହିଲ୍’ରେ ହୋଇଥିବା ଦଙ୍ଗା ବିଷୟରେ ସେ ସେଭଳି ମନ୍ତବ୍ୟ ଦେବେ କି, ନାହିଁ ଦେଖିବାକୁ ବାକି ରହିଲା।
ଚୀନ୍ର କମ୍ୟୁନିଷ୍ଟ୍ ୟୋଥ୍ ଲିଗ୍ ମଧ୍ୟ ଟୁଇଟର୍ ଭଳି ପ୍ଲାଟ୍ଫର୍ମ ‘େଓଇବୋ’ରେ କ୍ୟାପିଟଲ୍ ଦଙ୍ଗାକୁ ‘ସୁନ୍ଦର ଦୃଶ୍ୟ’ ବୋଲି ଲେଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/us.jpg)