ଜର୍ମାନୀ ଖାଦ୍ୟ ପ୍ରଦର୍ଶନୀରେ ଗୋମାଂସକୁ ନେଇ ବିବାଦରେ ଫସିଲା କେରଳର ଏହି ସଂଗଠନ

ଫ୍ରାଙ୍କଫର୍ଟ : ଜର୍ମାନୀର ଫ୍ରାଙ୍କଫର୍ଟ ସହରରେ ଅନୁଷ୍ଠିତ ଏକ ଖାଦ୍ୟ ପ୍ରଦର୍ଶନୀରେ କେରଳର ଏକ ସଂଗଠନ ଗୋମାଂସକୁ ନେଇ ପ୍ରସ୍ତୁତ କେତେକ ଖାଦ୍ୟ ପ୍ରଦର୍ଶନ କରିବା ପରେ ତାହାକୁ ନେଇ ବିବାଦ ଉଠିଛି । ଏହାକୁ କେତେକ ହିନ୍ଦୁବାଦୀ ସଂଗଠନ ବିରୋଧ କରିବା ପରେ ସେଠାରେ ଥିବା ଭାରତୀୟ କନସୁଲେଟ ଜେନେରାଲଙ୍କ ପରାମର୍ଶକ୍ରମେ ମେନ୍ୟୁରୁ ସେଗୁଡ଼ିକୁ ବାଦ ଦିଆଯାଇଥିଲା । କିନ୍ତୁ ଏହା ବିରୋଧରେ କେରଳର ଉକ୍ତ ସଂଗଠନ ‘ଫ୍ରାଙ୍କଫର୍ଟ କେରଳ ସମାଜମ’ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ସମାଜରେ ଅସହିଷ୍ଣତା ବଢିଥିବା ଦର୍ଶାଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଏହି ସଂଗଠନ ପକ୍ଷରୁ ଏକ ଫେସବୁକ ପୋଷ୍ଟରେ କୁହାଯାଇଛି ଯେ ହିନ୍ଦୁବାଦୀ ସଂଗଠନମାନେ ଉକ୍ତ ପ୍ରଦର୍ଶନୀକୁ କରାଇନଦେବାକୁ ଧମକ ଦେବାପରେ ଭାରତୀୟ କନସୁଲେଟ ଜେନେରାଲଙ୍କ ପରାମର୍ଶକ୍ରମେ ମେନ୍ୟୁରୁ ଗୋମାଂସ କରିକୁ ବାଦ ଦିଆଯାଇଥିଲା । ଶାନ୍ତି ରକ୍ଷା ପାଇଁ ସେମାନେ ଏହି ନିଷ୍ପତ୍ତିକୁ ମାନି ନେଇଥିଲେ ଏହି ସଂଗଠନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର