ଟିକା ନିଅନ୍ତୁ, ଗଞ୍ଜେଇ ସାଙ୍ଗକୁ ମଦ ବୋତଲ ପାଆନ୍ତୁ

ନ୍ୟୁୟର୍କ: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମଣ ବଢୁଥିବା ସତ୍ତ୍ୱେ ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି | ତେବେ ଏବେ ବି କିଛି ଲୋକ ଟିକା ନେବାକୁ ଅମଙ୍ଗ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଲୋଭନୀୟ ଅଫର ଦେଇ ଆକର୍ଷିତ କରିବାକୁ ଯୋଜନା କରୁଛନ୍ତି | ଗୁଜୁରାଟର ଜଣେ ସୁନା ବେପାରୀ ରାଜ୍ୟ ସରକାରଙ୍କ ସହ ମିଶି କରୋନା ଟିକା ନେବା ପାଇଁ ଟିକାଦାନ କେନ୍ଦ୍ରକୁ ଆସୁଥିବା ମହିଳାଙ୍କୁ ସୁନାର ନାକଫୁଲ ଓ ପୁରୁଷଙ୍କୁ ହ୍ୟାଣ୍ଡ୍‌ ବ୍ଲେଣ୍ଡର୍‌ ପ୍ରଦାନ କରୁଥିବାର ଖବର ବାବଦରେ ଜାଣିଥିବେ |

ତେବେ ଆମେରିକାରେ କିନ୍ତୁ ଭିନ୍ନ ଧରଣର ଉପହାର ଦିଆଯାଉଛି | ଆମେରିକାରେ ଟିକା ନେବାକୁ ଆସୁଥିବା ଲୋକଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦିଆଯିବା ଭଳି ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଆମେରିକାର ଓହିଓରେ ଏକ ମଦ ନିର୍ମାଣ କରୁଥିବା କମ୍ପାନୀ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ବିୟର ଦେବାକୁ ଘୋଷଣା କରିଥିବାବେଳେ ମିଚିଗାନ ସହରରେ ଏକ କମ୍ପାନୀ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଗଞ୍ଜେଇ ଦେବାକୁ ଘୋଷଣା କରିଛି |

ସେହିପରି କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗାଡି ଭଡା ମଧ୍ୟ ଦିଆଯାଉଛି, ଯାହା ଦ୍ୱାରା ସେମାନେ ଟିକାକରଣ କେନ୍ଦ୍ରକୁ ଆସିପାରିବେ | ବଡ କଥା ଯେ ବିଶ୍ୱର ଜଣାଶୁଣା ଅନଲାଇନ କ୍ୟାବ ସର୍ଭିସ କମ୍ପାନୀ ଉବେର ଭାରତ ସମେତ ଅନ୍ୟ ଦେଶରେ ଟିକାକରଣ ପାଇଁ ଯାଉଥିବା ଲୋକଙ୍କୁ ମାଗଣାରେ ଯିବା ପାଇଁ ଫ୍ରି ରାଇଡର ବ୍ୟବସ୍ଥା କରିଛି | ଏହା ସତ୍ତ୍ୱେ ବି କିଛି ଲୋକ ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଯାଉନାହାନ୍ତି |

ସମ୍ବନ୍ଧିତ ଖବର