ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି । ଜାତୀୟ ରାଜପଥରେ ଯାଉଥିବାବେଳେ ବିୟର ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଏହା ଦେଖିବା ପରେ ଲୋକମାନେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ବିୟର ବୋତଲ ଲୁଟିବା ଆରମ୍ଭ କରିଦେଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜପଥରେ ବିୟର ଲୁଟ୍ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଲୋକମାନେ ବିୟର ବୋତଲ ଆଣିବା ପାଇଁ ଦୌଡୁଛନ୍ତି । କିଛି ଲୋକ ପୁଲିସକୁ ଚକମା ଦେଖାଇବାକୁ ହେଲମେଟ ପିନ୍ଧି ବିୟର ଲୁଟ କରୁଥିବା ଦେଖିବାକୁ ମିଳିଥିଲା ।
A truck carrying 200 beer cartons collapsed in Anakapalli, Andhra Pradesh, prompting a scramble to retrieve the beer bottles.#India #Trending #Viralvideos #AndhraPradesh pic.twitter.com/orXRU1mm3B
— Backchod Indian (@IndianBackchod) June 6, 2023
ଏଭଳି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀରେ । ଟ୍ରକଟିରେ ପ୍ରାୟ ୨୦୦ କାର୍ଟୁନ୍ ବିୟର ବୋଝେଇ ହୋଇଥିଲା । ଟ୍ରକ୍ ଓଲଟି ପଡ଼ିବାପରେ ବିୟର କାର୍ଟନ ଗୁଡ଼ିକ ଖସିପଡ଼ିଥିଲା ଓ ବିୟରବୋତଲ ଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇପଡ଼ିଥିଲା । ଆଖପାଖର ଲୋକେ ଏସଂପର୍କରେ ଜାଣିବାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଲୁଟ ଆରମ୍ଭ କରିଦେଇଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା, ଯିଏ ଯେତୋଟି ବିୟର ବୋତଲ ପାଇଲା ଉଠାଇ ଦୌଡ଼ୁଥିଲା ।
କେବଳ ଆଖପାଖର ଲୋକେ ନୁହନ୍ତି, ରାସ୍ତାରେ ବାଇକ ଓ କାରରେ ଯାଉଥିବା ଲୋକମାନେ ମଧ୍ୟ ଏହା ଦେଖି ନିଜ ନିଜ ଗାଡ଼ି ଅଟକାଇ ବିୟର ବୋତଲ ଗୋଟାଉଥିବା ଦେଖାଯାଇଥିଲା । ଏହି ଘଟଣାର କିଛି ସମୟ ପରେ ସେଠାରେ ପୁଲିସ ପହଞ୍ଚିଥିଲା ।