ନୂଆଦିଲ୍ଲୀ : ଗତକାଲି ବୀର ପାଇଲଟ୍‌ ଅଭିନନ୍ଦନ ପାକିସ୍ତାନରୁ ଭାରତ ଫେରିବା ପରେ ସାରା ଦେଶ ତାଙ୍କୁ ସ୍ୱାଗତ କରିଥିଲା । ତାଙ୍କ ଫେରିବା ଖୁସିରେ ଭାରତବାସୀଙ୍କ ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଓ୍ଵାଘା-ଅଟାରୀ ସୀମାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ଦେଖା ଯାଇଥିଲା । ସେଠାରୁ ତାଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀ ଭାରତ ଫେରାଇ ଆଣିଥିଲେ । ରାତି ୯ଟା ୧୫ମିନିଟ୍‌ରେ ପାଇଲଟ୍‌ ଅଭିନନ୍ଦନ ଅଟାରୀ ସୀମାରେ ପହଞ୍ଚିବା ପରେ ତାଙ୍କୁ ବିଏସ୍‌ଏଫ୍‌ ଯବାନ ଏବଂ ବାୟୁସେନାର ଅଧିକାରୀମାନେ କଡ଼ା ସୁରକ୍ଷା ଭିତରେ ତାଙ୍କୁ ଅମୃତସର ବିମାନବନ୍ଦରକୁ ନେଇଥିଲେ । ସେଠାରୁ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଅଣା ଯାଇଥିଲା ।

Advertisment

ଦିଲ୍ଲୀରେ ଥିବା ଆର୍‌ଆର୍ ହସ୍ପିଟାଲରେ ତାଙ୍କର ଡ଼ାକ୍ତରୀ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଦିଲ୍ଲୀରେ ପହଞ୍ଚି ଅଭିନନ୍ଦନ ନିଜ ପରିବାରକୁ ଭେଟିଥିଲେ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତିରେ ପହଞ୍ଚିବା ପରେ ଡ଼ାକ୍ତରୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସେ କିଛି ସମୟ ପାଇଁ ନିଜ ପରିବାର ସହ କଥାବାର୍ତ୍ତା ହୋଇଥିଲେ । ଏହା ପରେ ତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ଆର୍‌ଆର୍‌ ହସ୍ପିଟାଲକୁ ନିଆ ଯାଇଛି । ପାକିସ୍ତାନରେ ସେ ୫୬ଘଣ୍ଟା ବିତାଇଥିବାରୁ ତାଙ୍କ ମାନସିକ ଅବସ୍ତାକୁ ସ୍ୱାଭାବିକ କରିବା ପାଇଁ ଏବେ ସେ କିଛି ଦିନ ଡ଼ାକ୍ତରଖାନାରେ ରହିବେ । ସେଠାରେ ତାଙ୍କର ବିଭିନ୍ନ ପ୍ରକାରର ଟେଷ୍ଟ କରାଯିବ ବୋଲି ଜଣା ପଡ଼ିଛି ।

publive-image Rediffmail

ସୂଚନା ମୁତାବକ, ପାକିସ୍ତାନର ଏଫ୍‌-୧୬ ଲଢ଼ୁଆ ବିମାନ ସହ ଯୁଦ୍ଧ କରିବା ସମୟରେ ମିଗ୍‌-୨୧ ଲଢ଼ୁଆ ବିମାନ ଉଡ଼ାଉଥିବା ଉଇଙ୍ଗ କମାଣ୍ଡର ଅଭିନନ୍ଦନ ପାକ୍‌ ସୀମାକୁ ଖସି ପଡ଼ିଥିଲେ । ଯାହା ପରେ ତାଙ୍କୁ ପାକ୍‌ ସେନା ନିଜ କବ୍‌ଜାକୁ ନେଇ ଯାଇଥିଲା । ଦୁଇ ଦେଶ ମଧ୍ୟରେ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ଅନେକ ତର୍କ ବିତର୍କ ହେବା ପରେ ଶେଷରେ ଗୁରୁବାର ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ଘୋଷଣା କରିଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ।