ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଚାହୁଥିବା ବେଳେ ସମୟ ପୂର୍ବରୁ ସାଧାରଣ ନିର୍ବାଚନ ହେବାନେଇ ନାନା କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଆଗୁଆ ନିର୍ବାଚନ ସମ୍ଭାବନା ଦୃଷ୍ଟିରୁ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍୍ଲି କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ନାହିଁ । ମୋଦି ସରକାରଙ୍କ କାର୍ଯ୍ୟକାଳ ୨୦୧୯ରେ ଶେଷ ହେଉଛି ଏବଂ ସରକାର ନିର୍ଦ୍ଧାରିତ ସମୟରେ ହିଁ ନିର୍ବାଚନ ଚାହିବେ ବୋଲି ସେ କହିଛନ୍ତି। ତେବେ ଆଗୁଆ ନିର୍ବାଚନ ହେଲେ ଏଥିପାଇଁ ବିଜେପି ତୟାର ଅଛି ବୋଲି ଜେଟ୍ଲି କହିଛନତି। ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଂଗରେ କରିବା ହିଁ ଶ୍ରେଷ୍ଠ ପନ୍ଥା ହେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଂସଦରେ ଦେଇଥିବା ଉଦ୍ବୋଧନ କଂଗ୍ରେସ ବିରୋଧରେ ଯେଭଳି ଆକ୍ରମଣାତ୍ମକ ଥିଲା ସେଥିରୁ ବିଜେପି ଆଗୁଆ ନିର୍ବାଚନ ଚାହୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଅପ୍ରତ୍ୟାଶିତ ନିିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇବାରେ ପ୍ରବୀଣ ମୋଦି ଏଭଳି କୌଣସି ପଦକ୍ଷେପ ନେଇପାରନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ଆଗୁଆ ନିର୍ବାଚନ ସୁନିଶ୍ଚିତ ବୋଲି ଧରିନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବିରୋଧୀ ଦଳଗୁଡ଼ିକୁ ଏକ୍ଜୁଟ ହୋଇ ଏନ୍ଡିଏର ମୁକାବିଲା କରିବା ପାଇଁ ସୋନିଆ ଗାନ୍ଧୀ ଦୁଇଦିନ ତଳେ ଆହ୍ଵାନ ଦେଇଥିଲେ।
ସମୟ ପୂର୍ବରୁ ନିର୍ବାଚନ ସମ୍ଭାବନା ନାହିଁ: ଜେଟ୍ଲି
/sambad/media/post_attachments/wp-content/uploads/2018/02/NBT-image-2-1.jpg)
/sambad/media/agency_attachments/2024-07-24t043029592z-sambad-original.webp)