କର୍ଣ୍ଣାଟକରେ ଭିକାରୀଙ୍କ ଶେଷ ସଂସ୍କାରରେ ବିପୁଳ ଜନ ସମାଗମ

କେବଳ ୧ ଟଙ୍କା‌ ହିଁ ଦାନ ଆକାରରେ ନେଉଥିଲେ

ବଲ୍ଲାରୀ: କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଜଣେ ଭିକାରୀଙ୍କର ଗତ ସପ୍ତାହରେ ମୃତ୍ୟୁ ହୋଇଯାଇଥିଲା। ୪୫ ବର୍ଷୀୟ ହୁଚା‌ ବଶ୍ୟ ଗତ ଶନିବାର ଦିନ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରବିବାର ଦିନ ତାଙ୍କର ଶେଷ ସଂସ୍କାର ସମ୍ପନ୍ନ ହୋଇଛି। ତେବେ ଏହି ଭିକାରୀଙ୍କ ଶେଷ ସଂସ୍କାରରେ ୧ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

ବସ୍ୟଙ୍କର ହଦଗଲି ସହରର ଲୋକଙ୍କ ସହ ଏକ ସ୍ବତନ୍ତ୍ର ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କୁ ଦାନ କଲେ ଲୋକଙ୍କର ଶୁଭ ହୁଏ ବୋଲି ଲୋକେ ବିଶ୍ବାସ କରନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ ଖୁବ୍‌ ସମ୍ମାନ ମଧ୍ୟ କରନ୍ତି।। କିନ୍ତୁ ବଶ୍ୟ କେବଳ ୧ ଟଙ୍କା ହିଁ ଦାନ ଆକାରରେ ନେଇଥାନ୍ତି। ତାଙ୍କୁ ଅଧିକ ଟଙ୍କା ଦେଲେ ବି ସେ କେବେ ବି ଗ୍ରହଣ କରୁନଥିଲେ। ବଶ୍ୟଙ୍କର ମୃତ୍ୟୁ ହେବାପରେ ସ୍ଥାନୀୟ ଲୋକମାନେ ତାଙ୍କ ଶେଷ ସଂସ୍କାର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏଥିପାଇଁ ବିଶାଳ ଶୋଭାଯାତ୍ରା ହୋଇଥିଲା ଏବଂ ରାସ୍ତା ସାରା ତାଙ୍କ ବ୍ୟାନର୍‌ ଲାଗିଥିଲା। ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା।

ସମ୍ବନ୍ଧିତ ଖବର