ଅହମଦାବାଦ: ଅନେକ ସମୟରେ ଆମେ ରାସ୍ତାରେ ଯାଉଥିବାବେଳେ ଭିକାରୀଟିଏ ଆସି ଭିକ ମାଗୁଥିବାର ଦେଖିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଗୁଜୁରାଟର ଭାଲସାଦରୁ ଜଣେ ଭିକାରୀଙ୍କ ଆଶ୍ଚର୍ଯ୍ୟଜନକ କାହାଣୀ ସାମ୍ନାକୁ ଆସିଛି। ଯେତେବେଳେ ଜଣେ ଭିକାରୀ ବୋଲି କୁହାଯାଉଥିବା ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ରବିବାର ଦିନ ଭାଲସାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ପାଖରେ ୧.୧୪ ଲକ୍ଷ ନଗଦ ଟଙ୍କା ଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ କ୍ଷୁଧା ବା ଭୋକ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ଏହି ଘଟଣାର ଗଭୀର ଅନୁସନ୍ଧାନ କରୁଛନ୍ତି। ଭାଲସାଦ ପୁଲିସର ସୂଚନାନୁସାରେ, ରବିବାର ଦିନ ଜଣେ ଦୋକାନୀ ଜରୁରୀକାଳୀନ ନମ୍ବର ୧୦୮କୁ ଫୋନ କରି କହିଥିଲେ ଯେ କିଛି ଦିନ ହେବ ଗାନ୍ଧୀ ଲାଇବ୍ରେରୀ ନିକଟରେ ରାସ୍ତା କଡ଼ରେ ଜଣେ ଭିକାରୀ ପଡ଼ି ରହିଛନ୍ତି । ଦୋକାନୀ କହିଥିଲେ ଯେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ପରି ଲାଗୁଛି |

Advertisment

ଏହା ପରେ ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନ ଭବଶ ପଟେଲ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ସହ କଥା ହୋଇଥିଲେ। ପ୍ରାଥମିକ ଅନୁସନ୍ଧାନ ପରେ ତାଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଭବଶ ପଟେଲ କହିଛନ୍ତି, ଯେତେବେଳେ ଆମେ ତାଙ୍କୁ ସିଭିଲ ହସ୍ପିଟାଲକୁ ନେଇଥିଲୁ, ସେତେବେଳେ ତାଙ୍କ ନିକଟରୁ ୧.୧୪ ଲକ୍ଷ ନଗଦ ଟଙ୍କା ମିଳିଥିଲା ​​| ଏଠି ମଧ୍ୟରେ ୩୮ଟି ୫୦୦ ଟଙ୍କିଆ ନୋଟ, ୮୩ଟି ୨୦୦ ଟଙ୍କିଆ ନୋଟ, ୫୩୭ଟି ୧୦୦ ଟଙ୍କିଆ ନୋଟ ଓ ୨୦ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟ ଥିଲା | ଏହି ସମସ୍ତ ନୋଟ୍ ତାଙ୍କ ସ୍ଵେଟର ଭିତରେ ଥିବା ଛୋଟ ପ୍ଲାଷ୍ଟିକ୍ ବ୍ୟାଗରେ ଥିଲା | ମେଡିକାଲ ଅଧିକାରୀଙ୍କ ସାମ୍ନାରେ ଆମେ ନଗଦ ଟଙ୍କା ଭାଲସାଦ ନଗର ପୁଲିସକୁ ଦେଇଥିଲୁ। ସେହିପରି ଭାଲସାଦ ସିଭିଲ ହସପିଟାଲର ଡାକ୍ତର କୃଷ୍ଣ ପଟେଲ କହିଛନ୍ତି ଯେ ରୋଗୀଙ୍କୁ ଆମ ପାଖକୁ ଅଣାଯିବା ପରେ ସେ ଚା ମାଗିଥିଲେ। ଆମେ ଭାବୁଥିଲୁ ସେ ଭୋକିଲା ଅଛନ୍ତି | ତାଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଲା | ଆମେ ସାଲାଇନ୍ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କଲୁ | ଏକ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଗତ କିଛି ଦିନ ହେବ କିଛି ଖାଇ ନଥିଲେ। ଭିକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ |