ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାମପୁରରେ ଭିକାରିମାନେ ଏକ ଟଙ୍କିଆ ମୁଦ୍ରା ନେବାପାଇଁ ମନା କରିଦେଇଛନ୍ତି। ରାମପୁର ଭିକାରିଙ୍କ କହିବାନୁସାରେ, ଏକଟଙ୍କିଆ ମୁଦ୍ରାର ଆକୃତି ଖୁବ୍ ଛୋଟ, ଏହାକୁ କୌଣସି ଦୋକାନୀ ନେବାକୁ ରାଜି ହେଉନାହାନ୍ତି। ଯାହାଫଳରେ ଏକଟଙ୍କିଆ ମୁଦ୍ରାକୁ ନେଇ ଆମକୁ କୌଣସି ଜିନିଷ କିଣିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଆମର ଏକ ଭିକାରି ସମୂହ ଏକଟଙ୍କିଆ ମୁଦ୍ରା ପ୍ରଚଳନକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।
/sambad/media/post_attachments/wp-content/uploads/2018/01/09-1515500261-mohn-300x225.jpg)
ଏକଟଙ୍କିଆ ମୁଦ୍ରା ପ୍ରଚଳନକୁ ବନ୍ଦ କରିଥିବା ଭିକାରି ସମୂହର ଜଣେ ଭିକାରି ଶୁକ୍ର ମାନି କହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ପ୍ରଚଳନ ଉପରେ ଅଙ୍କୁଶ ଲଗାଇଥିଲେ। ଏବେ ଆମେ ଏକଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛୁ। ଏକଟଙ୍କା ମୁଦ୍ରା ୫୦ପଇସା ଆକୃତିର ରହିଛି। ଯାହାକୁ ସମ୍ଭାଳି ରଖିବାରେ ଅସୁବିଧା ହେଉଛି। ଲୋକମାନେ ଦେଉଥିବା ଏହି ଟଙ୍କାକୁ ଆମେ ଯଦି କୌଣସି ସାମଗ୍ରୀ କିଣିବାକୁ ଯାଉଛି ତେବେ ଦେକାନୀ ଆମକୁ ନୋଟ ମାଗୁଛନ୍ତି। ଏହି ଏକ ଟଙ୍କିଆ ମୁଦ୍ରା ନେବାକୁ ରାଜି ହେଉ ନାହାନ୍ତି। ଯାହାଫଳରେ ଜନିଷ ନକିଣି ଫେରିବାକୁ ପଡ଼ୁଛି।
/sambad/media/post_attachments/wp-content/uploads/2018/01/09-1515500414--300x225.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/09-1515500253-coin.jpg)