ବେଗୁସରାଇ: ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି କୁମାର(୩୧)। ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିବାଦ ଆରମ୍ଭ ହୋଇଥିବା ବେଳେ ଯାହା କରିଛୁ ଠିକ୍ କରିଛୁ ବୋଲି କହିଛନ୍ତି ଝିଆରୀରୁ ପତ୍ନୀ ହୋଇଥିବା ସଜଲ ସିନ୍ଧୁ(୨୪)। ଦୁହେଁ ଅଗଷ୍ଟ ୧୪ରେ ବିହାରର ଖଗରିଆରେ ଥିବା କାତ୍ୟାୟନୀ ମନ୍ଦିରରେ ବିବାହ କରିଥିଲେ। ଏବେ ବିବାହ ପରେ ପରିବାର ତରଫରୁ ତାଙ୍କୁ ସମର୍ଥନ ମିଳୁନଥିବା ସହ ଶିବଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଥିବା ଦାବି କରିଛନ୍ତି ସଜଲ।
ସଜଲ କହିଛନ୍ତି ଯେ, ୨୦୧୫ପରଠାରୁ ଆମର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଆମର ପୈତୃକ ଘର ସମାନ ଗାଁରେ। ୨୦୧୫ରେ, ମୁଁ ବନାରସର କେନ୍ଦ୍ରୀୟ ହିନ୍ଦୁ ବାଳିକା ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିବା ବେଳେ ଶିବ ଶକ୍ତି ସ୍ନାତକ କରିବାକୁ ବନାରସକୁ ଆସିଥିଲେ। ଏଠାରେ ହିଁ ଆମର ଭେଟ ହୋଇଥିଲା। ବନ୍ଧୁତା କେବେ ପ୍ରେମରେ ପରିଣତ ହେଲା ଆମେ ଜାଣିପାରିଲୁ ନାହିଁ। ଆମେ ଏବେ ପ୍ରାୟ ୧୦ବର୍ଷ ପରେ ବିବାହ କରିବାରୁ ଆମ ପରିବାର ଏହାକୁ ବିରୋଧ କରୁଛନ୍ତି। ମୋ ସ୍ବାମୀ ୨ମାସ ହେଲାଣି ଚାକିରି କରୁଛନ୍ତି। ଏବେ ଆମ ବିବାହ, ତାଙ୍କ ଚାକିରି ଓ ଆମ ବୈବାହିକ ଜୀବନ ପ୍ରତି ବିପଦ ସାଜିଛି।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/t-200.jpg)