ମସ୍କୋ: ରୁଷିଆର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମାମଲାରେ ରୁଷିଆ ପୋଲିସ ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି, ଯେଉଁମାନଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ଆକ୍ରମଣ ସହିତ ସିଧାସଳଖ ସମ୍ପର୍କ ରଖିଥିବା କୁହାଯାଉଛି। ଏ ସମ୍ପର୍କରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଦୋଷୀମାନଙ୍କୁ ଖୋଜିଖୋଜି ହତ୍ୟା କରାଯିବ।

Advertisment

ପୁଟିନ କହିଛନ୍ତି ଆକ୍ରମଣକାରୀମାନେ ୟୁକ୍ରେନ ସୀମା ଆଡକୁ ପଳାଇବାକୁ ଚେଷ୍ଟା କରୁଛନ୍ତି। ଅନୁସନ୍ଧାନ ଅଧିକାରୀ ସେମାନଙ୍କୁ ଚିହ୍ନଟ ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ଏହି ଅପରାଧୀମାନେ ବିଶେଷ ଭାବରେ ଆମ ଲୋକଙ୍କୁ ହତ୍ୟା କରିବାକୁ ଆସିଥିଲେ। ଆମେ ଆଶା କରୁଛୁ ଅନ୍ୟ ଦେଶ ଯେଉଁମାନେ ଆମର ଯନ୍ତ୍ରଣା ଅନୁଭବ କରି ଆମ ସହ ସହଯୋଗ କରିବେ। ଏହି ଆତଙ୍କବାଦୀମାନଙ୍କର କୌଣସି ଜାତୀୟତା ନାହିଁ।

ପୁଟିନ ଦେଶବାସୀଙ୍କୁ କହିଛନ୍ତି ଯେ ଆଜି ମୁଁ ଆପଣଙ୍କ ସହ ସେହି ରକ୍ତାକ୍ତ ତଥା ବର୍ବର ଆତଙ୍କବାଦୀ ଆକ୍ରମଣ ବିଷୟରେ କହିବାକୁ ଆସିଛି, ଯେଉଁଥିରେ ଅନେକ ନିରୀହ ଲୋକ ଶିକାର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ମୁଁ ମାର୍ଚ୍ଚ ୨୪କୁ ଜାତୀୟ ଶୋକ ଦିବସ ଭାବେ ଘୋଷଣା କରୁଛି।
ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏହି ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ।

ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ଦାୟୀ ବୋଲି ଦାବି କରିଛି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ଏହି ଆକ୍ରମଣ ସହିତ ୟୁକ୍ରେନ ଜଡିତ। ଏହି ଘଟଣା ଭିଆଇବେ ପରେ ଆକ୍ରମଣକାରୀମାନେ ସୀମା ପାର କରି ୟୁକ୍ରେନ ଯିବାକୁ ଯୋଜନା କରିଥିଲେ।