ହାଇଦ୍ରାବାଦ: ଶ୍ରୀସେଲମ ସୁଡ଼ଙ୍ଗଟ୍ଟ ଟନେଲ ଭିତରେ ୮ ଶ୍ରମିକ ଫଶିରହିବା ପରେ ଏବେ ଚର୍ଚ୍ଚାରେ ରହିଛି । ଆନ୍ଧ୍ର ପ୍ରଦେଶ ସରକାର ୧୯୯୦ ମସିହାରେ ବିଦେଶୀ ଜ୍ଞାନକୌଶଳର ପ୍ରୟୋଗ କରି ଶ୍ରୀଶୈଲମ ଜଳାଶୟ ନିକଟରେ କୃଷ୍ଣା ଜଳ ଟାଣିବା ପାଇଁ ସୁଡଙ୍ଗ ଯୋଜନା କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ୪୩ କିଲୋମିଟର ଲମ୍ବା ସୁଡଙ୍ଗ କାମ ୮ ବର୍ଷରେ ଶେଷ ହେବ ବୋଲି ଅନୁମାନ କରାଯାଇଥିଲା । ପରିଯୋଜନା ଅନୁସାରେ ଦୁଇଟି ସୁଡଙ୍ଗ, ଗୋଟିଏ ହେଡ୍ ରେଗୁଲେଟର, ଦୁଇଟି ଲିଙ୍କ୍ କେନାଲ, ଗୋଟିଏ ଜଳାଶୟ ଓ ଅନ୍ୟ କାମ କରାଯିବାର ଯୋଜନା ମଧ୍ୟ ରହିଛି ।
ତେବେ ୨୦୦୫ରେ ଆନ୍ଧ୍ର ପ୍ରଦେଶର ତତ୍କାଳୀନ ସରକାର ୨.୮୧୩ କୋଟି ଟଙ୍କା ଏସଏଲବିସି ସୁଡଙ୍ଗ ପରିଯୋଜନା ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ବାସ୍ତବିକ କାମ ୨୦୦୭ରେ ଆରମ୍ଭ ହୋଇଥିଲା । ଥରେ ସୁଡଙ୍ଗ ଖୋଳୁଥିବା ମେସିନ ସମ୍ପୂର୍ଣ୍ଣ ସୁଡଙ୍ଗ ଖୋଳିବା ପରେ ତାକୁ ତା ମଧ୍ୟରେ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ସେହି ସମୟରେ ଏହି କାମ କରିବା ପାଇଁ ଆମେରିକାରୁ ମେସିନ ମଧ୍ୟ ମଗାଯାଇଥିଲା ହେଲେ ଏହି କାମ ମଝିରେ ଟିବିଏମ ଖରାପ ହେବା ଫଳରେ ଖନନ କାମ ବନ୍ଦ କରାଯାଇଥିଲା ଆଉ ଏବେ ଦୁର୍ଘଟଣା ପରେ ୮ ଶ୍ରମିକ ଫସିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/27/I8BYb33LxI6W0hzB7NXs.jpg)