କୋଭିଡ୍-୧୯ ସଂକ୍ରମଣ କମିବାରୁ ମାସ୍କ୍‌ ବିନା ଚଳପ୍ରଚଳ ହେବାକୁ ‌ବାସିନ୍ଦାମାନଙ୍କୁ ଅନୁମତି ଦେଲା ବେଜିଙ୍ଗ୍ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ

ବେଜିଙ୍ଗ୍: କ୍ରମାଗତ ୧୩ ଦିନ ହେବ କୌଣସି ନୂଆ ସଂକ୍ରମଣ ମାମଲା ଦେଖା ନ ଦେବାରୁ ଚୀନ୍‌ର ରାଜଧାନୀ ବେଜିଙ୍ଗ୍‌ର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ବିନା ମାସ୍କ୍‌ରେ ବାହାରେ ଚଳପ୍ରଚଳ କରିବାକୁ ଅନୁମତି ଦେଇଛନ୍ତି।

ମାର୍ଗଦର୍ଶିକା କୋହଳ କରାଯାଇଥିଲେ ବି ଶୁକ୍ରବାର ଦିନ ବେଜିଙ୍ଗ୍‌ରେ ବହୁସଂଖ୍ୟକ ଲୋକ ମାସ୍କ୍‌ ପରିଧାନ କରିଥିବା ଦେଖାଯାଇଛି। ମାସ୍କ୍‌ ପିନ୍ଧିବା ଯୋଗୁଁ ନିରାପଦ ମଣୁଥିବା କଥା କେତେ କହୁଥିବା ବ‌େଳେ ସାମାଜିକ ଚାପ ବି ମାସ୍କ୍‌ ପିନ୍ଧିବାର ଅନ୍ୟତମ କାରଣ ବୋଲି ଅନ୍ୟ କେତେକ କହୁଛନ୍ତି।

Image Courtesy of Deccan Herald

ବେଜିଙ୍ଗ୍‌ର ଜଣେ କେଓ ସାଗ୍ୟାଁଧାରୀ ୨୪ ବର୍ଷୀୟ ଯୁବତୀ ଗଣମାଧ୍ୟମକୁ କହିଛନ୍ତି, ଯେକୌଣସି ସମୟରେ ମାସ୍କ୍‌ ଖୋଲି ଦେବାକୁ ମୋର ମନେହୁଏ, କିନ୍ତୁ, ଅନ୍ୟମାନେ ଏହା ଗ୍ରହଣ କରୁଛନ୍ତି କି, ନାହିଁ ଦେଖିବା ଆବଶ୍ୟକ। କାରଣ ମୁଁ ମାସ୍କ୍‌ ପିନ୍ଧି ନ ଥିବା ଦେଖି ଅନ୍ୟମାନେ ଭୟଭୀତ ହେବେ।

ରାଜଧାନୀ ବେଜିଙ୍ଗ୍‌ରେ କୋଭିଡ୍-୧୯ କଟକଣାରୁ ମାସ୍କ୍‌ ବାଦ ଦିଆଯିବାରେ ଏହା ହେଉଛି ଦ୍ବିତୀୟ ଘଟଣା। ଦୁଇଟି ପର୍ଯ୍ୟାୟ ଲକ୍‌ଡାଉନ୍ ଘୋ‌ଷିତ ହେବା ପରେ ସହରରେ ପରିସ୍ଥିତି ସ୍ବାଭାବିକ ହୋଇଯାଇଥିଲା। ତେଣୁ ଲୋକେ ମାସ୍କ୍‌ ନ ପିନ୍ଧିଲେ ଚଳିବ ବୋଲି ବିଳମ୍ବିତ ଏପ୍ରିଲ୍‌ରେ ସ୍ବାସ୍ଥ୍ୟ ଅଧିକାରୀମାନେ କହିଥିଲେ। କିନ୍ତୁ, ଜୁନ୍‌ରେ ପୁଣି ସଂକ୍ରମଣ ଚିହ୍ନଟ ହେବା ପରେ ମାସ୍କ୍‌ ପିନ୍ଧିବାକୁ କଟକଣା ପର୍ଯ୍ୟାୟଭୁକ୍ତ କରାଯାଇଥିଲା।

 

 

 

ସମ୍ବନ୍ଧିତ ଖବର