ସଦ୍ୟ କରୋନାଭାଇରସ୍ ସଂକ୍ରମଣ ହେତୁ ଚୀନ୍‌ରେ ବ୍ୟାପକ ପରୀକ୍ଷଣ

ବେଜିଙ୍ଗ୍: ବେଜିଙ୍ଗ୍ ସହରରେ ସଦ୍ୟ କରୋନାଭାଇରସ୍ ସଂକ୍ରମଣ ହେତୁ ରବିବାର ଠାରୁ ସେଠାରେ ବ୍ୟାପକ ପରୀକ୍ଷଣ ଆରମ୍ଭ ହୋଇଛି। ସଂପ୍ରତି ବେଜିଙ୍ଗ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଥିବା କଥା ସୋମବାର ପ୍ରତ୍ୟୁଷରେ ଚୀନ୍‌ର ସ୍ବାସ୍ଥ୍ୟ ଅଧିକାରୀମାନେ ଘୋଷଣା କରିଛନ୍ତି।

ନୂତନ ସଂକ୍ରମଣ ଜଣାପଡ଼ିବା ପରେ ପରେ ଜଣେ ଜିଲ୍ଲା ମୁଖ୍ୟଙ୍କୁ ବହିଷ୍କାର କରାଯାଇଛି ଏବଂ ଅନ୍ୟ ସରକାରୀ ଅଧିକାରୀମାନଙ୍କ ପ୍ରତି ଦଣ୍ଡ ବିଧାନ କରାଯାଇଛି ବୋଲି ସୋମବାର ଦିନ ସରକାର ଘୋଷଣା କରିଛନ୍ତି।

ସୋମବାର ଦିନ ‘ନ୍ୟାସ୍‌ନାଲ୍ ହେଲ୍‌ଥ୍‌ କମିସନ୍’ (ଏନ୍‌ସିଏଚ୍‌) କହିଛି ଯେ ରବିବାର ଦିନ ଚାଇନିଜ୍‌ ମେନ୍‌ଲାଣ୍ଡ୍‌ରୁ ୪୯ଟି ନୂତନ କୋଭିଡ୍-୧୯ ସଂକ୍ରମଣ ମାମଲା ରିପୋର୍ଟ ଆସିଛି। ସେଥିରୁ ୩୯ଟି ଘରୋଇ ସଂକ୍ରମଣ ଥିବାବେଳେ ବାକି ୧୦ଟି ବିଦେଶାଗତ ବୋଲି ଜଣାପଡ଼ିଛି।

Image Courtesy of The Times of India

ବେଜିଙ୍ଗ୍‌ରେ ହୋଇଥିବା ୩୬ଟି ଘରୋଇ ସଂକ୍ରମଣରୁ ତିନୋଟି ହେଉଛି ବେଜିଙ୍ଗ୍ ଅନ୍ତର୍ଗତ ଏବଂ ଅନ୍ୟ ୩ଟି ହେଉଛି ବେଜିଙ୍ଗ୍‌ର ସୀମାନ୍ତ ପ୍ରଦେଶ ହୁବେଇର।

ଦୀର୍ଘ ୫୫ ଦିନ ଧରି କୌଣସି ସଂକ୍ରମଣର ରିପୋର୍ଟ ନ ଆସିବା ପରେ, ଜୁନ୍‌ ୧୧ ତାରିଖ ଠାରୁ ବେଜିଙ୍ଗ୍‌ରେ ୭୯ ଜଣ କୋଭିଡ୍-୧୯ ପଜିଟିଭ୍ ବାହାରିବାରୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ଦେଖା ଦେଇଛି।

ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶଙ୍କର ସମ୍ପୃକ୍ତି ରହିଛି ଜିନ୍‌ଫଦି ପାଇକାରୀ ବଜାର ସହ। ଏହା ହେଉଛି ବେଜିଙ୍ଗ୍‌ର ସବୁଠାରୁ ବଡ଼ ପରିବା, ମାଂସ ଏବଂ ସାମୁଦ୍ରିକ ଖାଦ୍ୟ ବଜାର। ଏଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି କ୍ରେତା ଓ ବିକ୍ରେତା।

ସମ୍ବନ୍ଧିତ ଖବର