ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ସରକାରୀ ନିୟନ୍ତ୍ରଣ କରିବା ଉଚିତ ନା ନୁହେଁ, ସେ ନେଇ ଦେଶବ୍ୟାପୀ ବିତର୍କ ଚାଲୁରହିଛି। ତେବେ ଏନେଇ ଏ ଯାଏ ସେଭଳି ବିଧିବଦ୍ଧ ଅଙ୍କୁଶ ନ ଥିବାରୁ ଆରୋପ ପ୍ରତ୍ୟାରୋପ ସହ ବିଭିନ୍ନ ମିମ୍, କ୍ରିଏଟିଭ୍ ଆଦି ପୋଷ୍ଟ ହେଉଛି। ନିମିଷକ ମଧ୍ୟରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିଯାଉଛି। ରାଜନୀତି, ସିନେମା ଓ କ୍ରିକେଟ ବିଶେଷକରି ସେଲିବ୍ରିଟିମାନଙ୍କୁ ନେଇ ଅନେକ ଅରୁଚିକର ବିଷୟ ମଧ୍ୟ ପୋଷ୍ଟହେଉଛି। ରାଗ ସୁଝାଇବାର ଏକ ସହଜ ବାଟ ପାଲଟିଛି ସାମାଜିକ ଗଣମାଧ୍ୟମ। ପ୍ରତି କଥାରେ ମତ ବିଭାଜନ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି। ପ୍ରଦତ୍ତ ସୋସିଆଲ ପୋଷ୍ଟିଂଗୁଡ଼ିକ ମୋଦୀ ଓ ରାହୁଲଙ୍କ ସମର୍ଥକମାନଙ୍କ ମଧ୍ୟରେ ଶୀତଳଯୁଦ୍ଧର ପ୍ରତିଫଳନ।
ବେଲଗାମ୍ ସୋସିଆଲ୍ ମିଡିଆ: ଯିଏ ଯାହା ପାରିଲା ପୋଷ୍ଟ କଲା
/sambad/media/post_attachments/wp-content/uploads/2022/11/f65s4h654fs65f4h65fh.jpg)