ବେଲଗାଭି: ଆପଣ କେବେ ଭାବିଛନ୍ତି କି ଆପଣଙ୍କ ମୁଣ୍ଡରୁ ଝଡ଼ୁଥିବା କେଶରୁ ବି ଉର୍ବରକ ଉତ୍ପାଦନ ହୋଇପାରିବ | ଆପଣଙ୍କ କେଶ ବି ଆପଣଙ୍କ ବଗିଚାରେ ଥିବା ଗଛକୁ ହୃଷ୍ଟପୃଷ୍ଟ କରିପାରିବ | ଯଦି ନୁହେଁ ତେବେ ଆପଣଙ୍କୁ ଏବେ ଭୁଲ ପ୍ରମାଣିତ କରିଦେବେ ଦୁଇ ଜଣ ଛାତ୍ରୀ | କର୍ଣ୍ଣାଟକ ବେଲଗାଭିର ଦୁଇ ଜଣ ଛାତ୍ରୀ ଏବେ କେଶରୁ ଉର୍ବରକ ଉତ୍ପାଦନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି | ବେଲଗାଭିର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀ ଖୁସି ୱାଙ୍ଗଲକର ଓ ରେମିନିକା ଯାଦବ ମଣିଷ କେଶରୁ ବିକଶିତ ଉର୍ବରକ ବାହାର କରି ଏଥିରୁ ଫସଲ ଉତ୍ପାଦନ କରିଛନ୍ତି | ଆଇସିଏଆରର ବୈଜ୍ଞାନିକଙ୍କ ପ୍ରେରଣା ପାଇ ଏହି ଦୁଇ ଜଣ ଛାତ୍ରୀ ଗଛ ବୃଦ୍ଧି ପାଇଁ ଆବଶ୍ୟକୀୟ ଉର୍ବରକ ଆବିଷ୍କାର କରିଛନ୍ତି |
/sambad/media/post_attachments/wp-content/uploads/2019/11/Khushi_Angolkar.jpg)
ଦୁଇ ଜଣ ଛାତ୍ରୀ ପ୍ରମାଣିତ କରିଛନ୍ତି ଯେ କେଶରେ ପୋଷକ ତତ୍ତ୍ୱ ରହିଥିବାବେଳେ ଏଥିରୁ ତରଳ କାର୍ବୋନିକ ଉର୍ବରକ ଆବିଷ୍କାର କରିଛନ୍ତି | ଏହି ଉର୍ବରକକୁ ସେମାନେ କ୍ଷେତରେ ଟମାଟୋ, ଫୁଲକୋବି ଓ ଲଙ୍କା ମଞ୍ଜି ସହ ବ୍ୟବହାର କରିଥିଲେ | ଯେଉଁଥିରୁ ସେମାନଙ୍କୁ ସଫଳତା ମିଳିଥିଲା |
ଦୁଇ ଛାତ୍ରୀଙ୍କ ଉର୍ବରକକୁ ଯେତେବେଳେ ପାଳଙ୍ଗ ଚାଷ ପାଇଁ ପରୀକ୍ଷା କରାଯାଇଥିଲା, ସାଧାରଣ ଉର୍ବରକରେ ପାଳଙ୍ଗ ଶାଗ ୧.୭ କିଲୋଗ୍ରାମ ହେଉଥିବାବେଳେ କେଶ ଉର୍ବରକରେ ଏହି ଶାଗ ୨.୩ କିଲୋଗ୍ରାମ ହୋଇଥିଲା | ଯାହାକି ଏବେ ବିଜ୍ଞାନର ନୂଆ ଦିଶାକୁ ଲୋକଲୋଚନକୁ ଆଣିଛି | ଦୁଇ ଜଣ ଛାତ୍ରୀ ଏବେ ନଭେମ୍ବର ୨୫ରେ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ବାଳ ବିଜ୍ଞାନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛନ୍ତି |