ମୋଦୀଙ୍କ ସୁଶାସନ ପ୍ରତି ଆସ୍ଥା: ସମୀର ମହାନ୍ତି

ଭୁବନେଶ୍ୱର : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଜେପିର ଐତିହାସିକ ବିଜୟ ପାଇଁ ବିଜେପି ରାଜ୍ୟ ସଭାପତିି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କହିଛନ୍ତି ଯେ, ଏହି ଜନାଦେଶ ପ୍ରମାଣିତ କରୁଛି ଯେ, ମୋଦୀଙ୍କ ସୁଶାସନ ପ୍ରତି ୪ରାଜ୍ୟବାସୀ ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ୍ ସିଂହ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ମଧ୍ୟ ଶ୍ରୀ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମଣିପୁର ନିର୍ବାଚନ ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଧ୍ୟ ଶ୍ରୀ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର